ଦିନିକିଆ ଗୀତା ମହାଯଜ୍ଞ

 ବ୍ରହ୍ମବରଦା: ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ପଞ୍ଚାୟତ ଚାରିଗାରପୁର ଗ୍ରାମରେ ଥିବା ପ୍ରଭୁ ହନୁମାନ ମନ୍ଦିରର ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଦିନିକିଆ ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ କର୍ତ୍ତା ରୁପେଶ ଦେଓ ଓ ତାଙ୍କ ସହଧର୍ମିଣୀ ବୈଶାଳୀନି ଦେଓଙ୍କ ସମେତ ଅନ୍ୟ କଳସଧାରୀ ସ୍ମୃତି ରଞ୍ଜନ ରାଉତ, ସପନ ରାଉତ, ପ୍ରଶାନ୍ତ ବାରିକ, ରଶ୍ମୀ ରଞ୍ଜନ ରାଉତ ଆଦି ବ୍ରାହ୍ମଣୀ ନଦୀରୁ ପାଣି ଉଠାଇ ମନ୍ଦିର ନିକଟରେ କଳସ ସ୍ଥାପନ କରିଥିଲେ । ପରେ ପଣ୍ଡିତ ମନୋଜ ଦାସ, ପବିତ୍ର କୁମାର ପତି, ଶରତ ଚନ୍ଦ୍ର ପାଢୀ, ଆଶିଷ କୁମାର ପତିଙ୍କ ଦ୍ୱାରା ଦିନିକିଆ ଗୀତା ଶ୍ଲୋକ ଆବୃତି କରାଯାଇ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଞ୍ଚଳର ବହୁ ଭକ୍ତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମର ମୂରବୀ ପଞ୍ଚନ ରାଉତ୍, ଚିନ୍ତାମଣି ରାଉତ୍, ଗୌରାଙ୍ଗ ରାଉତ ଓ ପ୍ରଶାନ୍ତ ରାଉତ ଆଦି ସହଯୋଗ କରିଥିଲେ ।