ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପିଏଲଭିଙ୍କ ପ୍ରଶିକ୍ଷଣ
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ୍ : ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପିଏଲଭି ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରା ଜଜ୍ ତଥା ଅଧ୍ୟକ୍ଷ ଆଇନ ସେବା ପ୍ରାଧିକରଣ ଅମୃତ ରଞ୍ଜନ ନନ୍ଦ ପ୍ରଶିକ୍ଷଣକୁ ଉଦ୍ଘାଟନ କରି ଉପଯୁକ୍ତ ଉପଭୋକ୍ତାଙ୍କୁ ବିନା ଖର୍ଚ୍ଚରେ କିପରି ନ୍ୟାୟ ମିଳିବ ସେଦିଗରେ ପିଏଲଭି ମାନେ ନିଷ୍ଠାର ସହ ଦାୟିତ୍ୱ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷକ ଭାବେ ପାରସ ପାଢୀ ସିଭିଲ ଜଜ୍, ଅମିତ କୁମାର ନାୟକ ଆଇଜେଏମ୍ ମୁଖ୍ୟ, ଡ.ରୁଦ୍ରନାରାୟଣ ପୃଷ୍ଟି ପ୍ରାକ୍ତନ ସଦସ୍ୟ ଆଇନ ସେବା ପ୍ରାଧିକରଣ, ନିରଞ୍ଜନ କର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଏଏଲ ଓ ଯାଜପୁର ଗୁଣ୍ଡିଚା ସାମନ୍ତସିଂହାର ଜଜ୍ ପରିବାର ଅଦାଲତ,ପ୍ରମୁଖ ଯୋଗ ଦେଇ ଯଥାକ୍ରମେ କ୍ରିମନାଲ୍ ଏବଂ ପିଡବ୍ଲୁଡିଭ ଆଇନ, ମାନବ ଚାଲାଣ ଓ ଗୋତି ଶ୍ରମିକ,ପିଏଲଭି ମାନଙ୍କ ଦାୟିତ୍ୱ, ଭୂମିକା ଏବଂ ମହକିଲା ପରାମର୍ଶ, ଶିଶୁ ଅଧିକାର, ପରିବାର ଅଦାଲତ ସମ୍ପର୍କିତ ଆଇନ ବିଷୟରେ ପ୍ରଶିକ୍ଷଣ ଦେଇଥିବା ବେଳେ ପ୍ରାଧିକରଣର ସଚୀବ ଜ୍ୟୋତିର୍ମୟୀ ଦାସ ସୂଚନା ପ୍ରଦାନ ସହ ପ୍ରଶିକ୍ଷଣ ପରିଚାଳନା କରିଥିଲେ । ପ୍ରଶିକ୍ଷଣରେ ୪୨ଜଣ ପିଏଲଭି ଅଂଶ ଗ୍ରହଣ କରିଥିଲେ । ପ୍ରଶିକ୍ଷଣ ପରିଚାଳନାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।