କୋଲକାତା ଆର.ଜି କର ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷଙ୍କୁ ଜାମିନ

କୋଲକାତା ଆର.ଜି କର ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷଙ୍କୁ ଜାମିନ

କୋଲକାତାର ବହୁଚର୍ଚ୍ଚିତ ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଗିରଫ କରିଥିବା ଦୁଇ ଅଭିଯୁକ୍ତଙ୍କୁ ମିଳିଛି ଜାମିନ। ପ୍ରମାଣ ନଷ୍ଟ ମାମଲାରେ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ଏହା ବ୍ୟତୀତ ଏହି ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳ ମଧ୍ୟ ଜାମିନ ପାଇଛନ୍ତି।

ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ପୂର୍ବତନ ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ସିବିଆଇ ଗିରଫ କରିଥିଲା। ହେଲେ ୯୦ ଦିନ ମଧ୍ୟରେ ସିବିଆଇ ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହେବାରୁ ଉଭୟଙ୍କୁ ଜାମିନ ମିଳିଯାଇଛି। ତେବେ ସନ୍ଦୀପ ଘୋଷଙ୍କୁ ଏବେ ତୁରନ୍ତ ଜେଲରୁ ମୁକ୍ତ କରାଯିବ ନାହିଁ। କାରଣ ଏହି ମାମଲାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି।