ଆଜିଠାରୁ ରାଜ୍ୟରେ ଗଡ଼ିବ ୪୨୦ଟି ନୂଆ ୧୦୮ ଆମ୍ବୁଲାନ୍ସ 

ଆଜିଠାରୁ ରାଜ୍ୟରେ ଗଡ଼ିବ ୪୨୦ଟି ନୂଆ ୧୦୮ ଆମ୍ବୁଲାନ୍ସ 

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଗଡ଼ିବ ୪୨୦ଟି ନୂଆ ୧୦୮ ଆମ୍ବୁଲାନ୍ସ । ଦୀର୍ଘଦିନ ବ୍ୟବଧାନ ପରେ ଖରାପ ୧୦୮ ଆମ୍ବୁଲାନ୍ସ ବଦଳରେ ନୂଆ ଗାଡ଼ି ଗଡ଼ିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମରେ ୪୨୦ଟି ନୂଆ ଆମ୍ବୁଲାନ୍ସ ଚଳାଚଳର ଶୁଭାରମ୍ଭ କରିବେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିିଳିଛି । ପ୍ରଥମ ପର୍ଯ୍ୟାୟରେ୨୦୦ଟି ଆମ୍ବୁଲାନ୍ସର ବ୍ରାଣ୍ଡିଂ ହୋଇଥିବାବେଳେ ସେଥିରୁ ୧୫୦ଟି ୧୦୮ ଆମ୍ବୁଲାନ୍ସ ଗଡ଼ିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଗାଡ଼ିକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନୂଆ ଆମ୍ବୁଲାନ୍ସ ଆସିବା ଦ୍ୱାରା ସାଧାରଣ ରୋଗୀ ଉପକୃତ ହେବେ।