ରାଜ୍ୟରେ ଗଡୁଛି ୮୯ ଲକ୍ଷ ଗାଡ଼ି
ଭୁବନେଶ୍ୱର: ରାଜ୍ୟରେ ୮୯,୨୮,୭୭୫ ସଂଖ୍ୟକ ବିଭିନ୍ନ ପ୍ରକାର ଯାନ ବ୍ୟବହାର କରାଯାଉଛି । ସେଥିମଧ୍ୟରୁ କୃଷି ପାଇଁ ବ୍ୟବହୃତ ହେଉଥିବା ଟ୍ରାକ୍ଟର ୭୫୦୭୩, ବସ୍ ୧୦୨୯୦, ପଣ୍ୟବାହୀ ଯାନ ୨୪୦୫୫୪, ମୋପେଡ ୫୦୫୨୨୫, କାର୍ ୭୧୨୪୩୧, ୨୫ ସିସି ମୋଟର ସାଇକେଲ ୬୮୦୨୫, ଓମ୍ନି ବସ୍ (ବେସରକାରୀ) ୨୭୦୨୬, ତିନି ଚକିଆ (ପଣ୍ୟବାହୀ) ଯାନ ୨୩୬୭୬, ତିନି ଚକିଆ (ଯାତ୍ରିବାହୀ) ଯାନ ୫୯୪୩୬, ବାଣିଜି୍ୟକ ଟ୍ରାକ୍ଟର ୨୨୬୦୨ଟି ସମତେ ଅନ୍ୟାନ୍ୟ ବର୍ଗର ବହୁ ଯାନ ଚଳାଚଳ କରୁଛି । ଗୃହରେ ବିଧାୟକ କାଡ୍ରାକା ଆପାଲା ସ୍ୱାମୀଙ୍କ ରାଜ୍ୟରେ କେଉଁ ପ୍ରକାର କେତେ ସଂଖ୍ୟକ ଗାଡ଼ି ରହିଛି ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଏହାଛଡ଼ା ମନ୍ତ୍ରୀ କହିଛନ୍ତି ଯେ, ଫିଟନେସ ଯାଞ୍ଚ ପାଇଁ ସରକାରଙ୍କ ପକ୍ଷରୁ ଏକ "ଚେକ୍ ଲିଷ୍ଟ’ ର ବ୍ୟବସ୍ଥା ଅଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଜଣେ ମୋଟରଯାନ ନୀରିକ୍ଷଣ ଅଧିକାରୀ, ଅତିରିକ୍ତ ମୋଟରଯାନ ନିରୀକ୍ଷଣ ଅଧିକାରୀ, ସହାୟକ ମୋଟରଯାନ ନିରୀକ୍ଷଣ ଅଧିକାରୀ ଓ କନିଷ୍ଠ ମୋଟରଯାନ ନିରୀକ୍ଷଣ ଅଧିକାରୀମାନେ ଟାଇମ୍ ସ୍ଲଟ୍ ଅନୁଯାୟୀ ଯାନଗୁଡ଼ିକ ଯାଞ୍ଚ କରିଥାନ୍ତି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକରେ ବର୍ତ୍ତମାନ ସ୍ୱୟଂଚାଳିତ ମେସିନ୍ ଦ୍ୱାରା ଯାନର ମାନ ପରୀକ୍ଷା କରାଯାଉଛି ।