ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା 

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା 

ଭୁବନେଶ୍ୱର : ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ବତ୍ୟା । ଏହାର ନାମ ‘ଡିଟୱା’ ରଖାଯାଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ଏହି ବାତ୍ୟା ସୃଷ୍ଟି ହୋଇଛି । ବାତ୍ୟା ‘ଡିଟୱା’ ଉତ୍ତର-ଉତ୍ତର ପଶ୍ଚିମକୁ ଗତି କରିବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବାର ସମ୍ଭାବନା ରହିଛି । ତେବେ ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡୁ ନଥିବା ବେଳେ, ସମ୍ଭାବ୍ୟ ବାତ୍ୟାର ପ୍ରଭାବ ତାମିଲନାଡୁ ଓ ଆନ୍ଧ୍ରରେ ରହିବ ବୋଲି ପାଣିବାଗ ବିଭାଗ ଆକଳନ କରିଛନ୍ତି । ତେବେ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଆସନ୍ତା ୩୦ରୁ ଡିସେମ୍ବାର ୨ ତାରିଖ ଭିତରେ ରାଜ୍ୟର ଦକ୍ଷିଣ ଓଡିଶାର କିଛିକିଛି ଜିଲ୍ଲା ମାନଙ୍କରେ ସାମନ୍ୟ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।