ରାଜ୍ୟସ୍ତରୀୟ ଯୋଗାସନ: ପ୍ରତିଯୋଗିତାରେ ଅନୁଗୁଳକୁ ସ୍ୱର୍ଣ୍ଣ
ଅନୁଗୁଳ: ରାଜ୍ୟର ୬ଷ୍ଠତମ ଯୋଗାସନ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୧୫ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ରାଉଣ୍ଡରେ ନିକିତ କୁମାର ଯାଦବ, ସୁମିତ୍ରା ପ୍ରଧାନ, ସୁପ୍ରିୟା ପ୍ରଧାନ ଓ ସିନିଅର ମହିଳା ବିଭାଗରେ ଜୁଲି ନାୟକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଟିମ ମ୍ୟାନେଜର ଭାବେ ସୁବ୍ରତ କୁମାର ବାରିକ ଓ ଟିସ୍ କୋଚ ଭାବେ ଅସିତ୍ କୁମାର ସାହୁ ଯୋଗ ଦେଇଥିଲେ । ଜାତୀୟ ସ୍ୱର୍ଣ୍ଣ ପଦକଧାରୀ ହୃଷିକେଶ ନାଏକ ମୁଖ୍ୟ କୋଚ୍ ଓ ରାଜ୍ୟର ଯୋଗ ବିଚାରକ ଭାବେ ଯୋଗ ଦେଇଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ଅୟସକାନ୍ତ ଦାସ, ସସ୍ମିତା ବେହେରା, ଗୌରଚରଣ ସାହୁ, କମିଟି ତରଫରୁ ଉଚ୍ଚÿ ପ୍ରଶଂସା କରିଥିଲେ ।