ଷଷ୍ଠ ଓଡ଼ିଶା ଇଣ୍ଟର ସ୍କୁଲ ଓ ୩୦ତମ ୱାଇଜିଟିଟିଏ ରାଜ୍ୟ ର୍ୟାଙ୍କିଂ ଟିଟି ଚାମ୍ପିଅନସିପ୍ : ମହିଳା ସିଙ୍ଗଲ୍ସ ଫାଇନାଲରେ ନେହା ଓ ବାଳିକା ସିଙ୍ଗଲ୍ସ ଫାଇନାଲରେ ଶ୍ୱେତା

 କଟକ : କଟକରେ ଆୟୋଜିତ ହେଉଥିବା ଷଷ୍ଠ ଓଡ଼ିଶା ଇଣ୍ଟର ସ୍କୁଳ ଚାମ୍ପିଅନସିପର ଶନିବାର ଥିଲା ଚତୁର୍ଥ ଦିନ । ୧୭ ବର୍ଷରୁ କମ ବାଳିକା ସିଙ୍ଗଲ୍ସରେ ଖେଳା ଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ଉର୍ଜା ବର୍ମା (ଖୋର୍ଦ୍ଧା ଜିଲ୍ଲା ଟିଟିଏ) ଅଙ୍କିତା ପ୍ରିୟଦର୍ଶିନୀ ଦଳାଇ (ଖୋର୍ଦ୍ଧା ଜିଲ୍ଲା ଟିଟିଏ)ଙ୍କୁ ୩-୦ରେ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛନ୍ତି । ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଅଶ୍ନା ଅଦିତି (ଖୋର୍ଦ୍ଧା ଜିଲ୍ଲା ଟିଟିଏ) ୩-୧ ଖେଳରେ ଜୋୟା ଖାନ (କଟକ) ଙ୍କୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛନ୍ତି । ତୃତୀୟ କ୍ୱାର୍ଟର ଫାଇନାଲରେ ଆଫିୟା ମୋହସିନ (କଟକ) ଆରାଧ୍ୟା ସାହୁ (କଟକ)ଙ୍କୁ ୩-୨ରେ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛନ୍ତି । ଚତୁର୍ଥ କ୍ୱାର୍ଟର ଫାଇନାଲରେ ଶ୍ୱେତା ବର୍ମା (ଖୋର୍ଦ୍ଧା ଜିଲ୍ଲା ଟିଟିଏ)) ଇତିଶ୍ରୀ ସାହୁ (କଟକ)ଙ୍କୁ ୩-୦ରେ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛନ୍ତି ।  ଆସନ୍ତାକାଲି ସେମିଫାଇନାଲ୍ରେ ଉର୍ଜା ବର୍ମା ଅଶ୍ନା ଅଦିତି ଏବଂ ଆଫିୟା ମେହସିନଙ୍କ ସହ ଖେଳିବେ ଶ୍ୱେତା ବର୍ମା । 
ସେହିପରି ମହିଳା ସିଙ୍ଗଲ୍ସ ପ୍ରଥମ ସେମି ଫାଇନାଲରେ ନେହା କୁମାରୀ (ଏଜି - ଓଡ଼ିଶା) ଉର୍ଜା ବର୍ମା (ଖୋର୍ଦ୍ଧା ଜିଲ୍ଲା ଟିଟିଏ)ଙ୍କୁ ୪-୦ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି ।  ଦ୍ୱିତୀୟ ସେମି ଫାଇନାଲରେ ଶ୍ୱେତା ପଦ୍ମ ଦଳାଇ (ଭୁବନେଶ୍ୱର ଟିଟିଏ) ଆଫିୟା ମହସିନ (କଟକ)ଙ୍କୁ ୪-୦ରେ ପରାସ୍ତ କରିଛନ୍ତି । ଆସନ୍ତାକାଲି ଫାଇନାଲରେ ନେହା କୁମାରୀ  ଶ୍ୱ୍ୱେତା ପଦ୍ମ ଦଳାଇଙ୍କ ସହ ଖେଳିବେ । ସେହିପରି ୧୯ ବର୍ଷରୁ କମ ବାଳକ ସିଙ୍ଗଲ୍ସ ପ୍ରଥମ କ୍ୱାର୍ଟର ଫାଇନାଲରେ ଜିଜ୍ଞାସୁ ସାହୁ (କଟକ) ବିଷ୍ଣୁ ପ୍ରସାଦ ବେହେରା (ଭୁବନେଶ୍ୱର ଟିଟିଏ)ଙ୍କୁ ୩-୦ରେ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛନ୍ତି । ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଜିଜ୍ଞାସୁ ସାଇ କିରଣ ପ୍ରଧାନ (ପୁରୀ) ରତିକାନ୍ତ ଗୌଡା
(ଭୁବନେଶ୍ୱର ଟିଟିଏ)ଙ୍କୁ ୩-୦ରେ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛନ୍ତି । 
 ତୃତୀୟ କ୍ୱାର୍ଟର ଫାଇନାଲରେ ସାର୍ଥକ ଆର୍ଯ୍ୟ (ଓଏସଟିଟିଏ) ରୁଦ୍ର ନାରାୟଣ ଗୌଡା (ଭୁବନେଶ୍ୱର ଟିଟିଏ)ଙ୍କୁ ୩-୦ରେ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛନ୍ତି । ଚତୁର୍ଥ କ୍ୱାର୍ଟର ଫାଇନାଲରେ ଅନିନ୍ଦ୍ୟ ଅନୁପମ ଦାସ (ଖୋର୍ଦ୍ଧା ଜିଲ୍ଲା ଟିଟିଏ) ୩-୦ରେ ଆୟନ ମୁସ୍ତାକ (କଟକ)ଙ୍କୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛନ୍ତି । ଆସନ୍ତାକାଲି ସେମି ଫାଇନାଲରେ ଜିଜ୍ଞାସୁ ସାହୁ ଜିଜ୍ଞାସୁ ସାଇ କିରଣ ପ୍ରଧାନଙ୍କ ସହ ଖେଳିବେ ଏବଂ ଆର୍ଯ୍ୟ ସାର୍ଥକ ଅନିନ୍ଦ୍ୟ ଅନୁପମ ଦାସଙ୍କ ସହ ଖେଳିବେ । 
ସେହିପରି ୧୩ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ ଇଭେଣ୍ଟ ପ୍ରଥମ ସେମି ଫାଇନାଲରେ ଶ୍୍େୱତା ବର୍ମା (ଖୋର୍ଦ୍ଧା ଜିଲ୍ଲା ଟିଟିଏ) ଶ୍ରୀତିଜା ଚୌଧୁରୀ (ପୁରୀ)ଙ୍କୁ ୩-୧ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି ।  ଦ୍ୱିତୀୟ ସେମି ଫାଇନାଲରେ ଆରାଧ୍ୟା ସାହୁ (କଟକ) ଅନ୍ୱେଷା ଅନିରୁଦ୍ଧ (ଭୁବନେଶ୍ୱର ଟିଟିଏ)ଙ୍କୁ ୩-୦ରେ ପରାସ୍ତ କରିଛନ୍ତି । ଆସନ୍ତାକାଲି ଫାଇନାଲରେ ଶ୍ୱେତା ବର୍ମା ଆରାଧ୍ୟା ସାହୁଙ୍କ ସହ ଖେଳିବେ ।