ରାମ କୃପାଳଙ୍କ ସହ ରୁଦ୍ରଙ୍କ ଆଲୋଚନା ; ଓଡ଼ିଶା ଆସିବାକୁ ନିମନ୍ତ୍ରଣ କଲେ
ଭୁବନେଶ୍ୱର : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ତାଙ୍କର ପୁରୁଣା ବନ୍ଧୁ ତଥା ବିହାରର କୃଷି ମନ୍ତ୍ରୀ ରାମ କୃପାଳ ଯାଦବଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି । ୨୦୨୫ ବିହାର ବିଧାନସଭା ନିର୍ବାଚନରେ ରାମ କୃପାଳ ଦାନାପୁର ବିଧାନସଭା କ୍ଷେତ୍ରରୁ ବିଜୟ ଲାଭ କରିଛନ୍ତି । ସେହି ସମୟରେ ରୁଦ୍ର ମଧ୍ୟ ବିହାର ଯାଇ ତାଙ୍କ ପାଇଁ ପ୍ରଚାର କରିଥିଲେ । ରୁଦ୍ର ଆଜି ତାଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିବା ସହ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ପୁରୀ ଆସି ଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସଙ୍କୁ ଦର୍ଶନ ପାଇଁ ଆମନ୍ତ୍ରଣ କରିଥିଲେ ।