ଋଣ ସୁଝିବାକୁ ସୁଯୋଗ ଦେଲେନି

ଋଣ ସୁଝିବାକୁ ସୁଯୋଗ ଦେଲେନି


ମୁଁ, ମୋ ଦୁଇ ପୁଅ କୋରେଇବାସୀଙ୍କ ସେବା କରିବୁ, ମୋ ସ୍ୱାମୀଙ୍କୁ କୋରେଇ ବାସୀ ଦେଇଥିବା ସ୍ନେହଶ୍ରଦ୍ଧାର ଋଣ ସୁଝିବୁ । ଏଭଳି ଆସ୍ଥା ଓ ବିଶ୍ୱାସର ପ୍ରତିଶ୍ରୁତି ଦେଇଥିଲେ ବିଜେଡ଼ି ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ । ହେଲେ କୋରେଇ ଭୋଟର ଋଣ ସୁଝିବାକୁ ସୁଯୋଗ ଦେଲେନି । ବିଜେପିର ଆକାଶ ଦାସନାୟକ କୋରେଇର ସ୍ୱାଭୀମାନ ଏବଂ ଅସ୍ମିତାର କଥା ଭୋଟରଙ୍କୁ ଗ୍ରହଣୀୟ ହୋଇପାରିଥିଲା । ଭୋଟରଙ୍କ ମନରେ ଥିବା ବିଦ୍ୱେଶଭାବ ମତଦାନରେ ଦେଖିବାକୁ ମିଳିଥିଲା । ତେବେ ପରାଜୟ ବରଣ କରିଥିଲେ ହେଁ ସନ୍ଧ୍ୟାରାଣୀଙ୍କୁ କୋରେଇର ୭୪ହଜାରରୁ ଅଧିକ ଭୋଟର ନିଜର ସମର୍ଥନ ଦେବା ଘଟଣା କିଛି କମବଡ଼ କଥା ନୁହେଁ । ଯେତେ ବେଳେ କି କୋରେଇର ଅସ୍ମିତା, କୋରେଇ ମାଟିର କଥା କୁହାଯାଉଥିଲା, ସେତେ ବେଳେ ଏତେ ସଂଖ୍ୟକ ମତଦାତା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀଙ୍କୁ ସମର୍ଥନ ଜଣାଇବା ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି ।