ରାମଚରିତ ମାନସ ଜ୍ଞାନଯଜ୍ଞ 

 ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ଓ ବଣିକ ସଂଘ ମିଳିତ ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ  ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପଠାରେ ଅରରମ୍ଭ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ପୁରୀ ଗୋବର୍ଦ୍ଧନ ପୀଠ ସନ୍ଥ ସଂରକ୍ଷକ ତଥା ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜ ଉଦଘାଟନ କରିଥିଲେ  । ୯ ଦିନ ବ୍ୟାପି ଆୟୋଜିତ ଏହି ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ଦିବସରେ ସତ୍ସଙ୍ଗ ମହିମା ଓ ଶିବ ବିବାହ, ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମ, ବାଲ୍ୟଲୀଳା, ତୃତୀୟ ଦିବସରେ ସୀତା ବିବାହ ଓ ପର୍ଶୁରାମ ଭେଟ, ଚତୁର୍ଥ ଦିବସରେ ଶ୍ରୀରାମ ବନ ଗମନ, କୈବର୍ତ୍ତ ପ୍ରସଙ୍ଗ, ପଞ୍ଚମ ଦିବସରେ ଦଶରଥଙ୍କ ମହାପରାୟଣ ଓ ଭରତଙ୍କ ଚିତ୍ରକୂଟ ଯାତ୍ରା, ଷଷ୍ଠ ଦିବସରେ ରାମ ଓ ଭରତ ମିଳନ ଓ ସୀତା ହରଣ, ସପ୍ତମ ଦିବସରେ ଶ୍ରୀରାମ ହନୁମାନ ମିଳନ, ଲଙ୍କା ଦହନ, ଅଷ୍ଟମ ଦିବସରେ ରାବଣ ବଧ ଓ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ନବମ ତଥା ଉଦ୍ୟାପନୀ ଦିବସରେ ଶ୍ରୀରାମଙ୍କ ରାଜ୍ୟାଭିଷେକ, କାଳ ଭୁଷଣ୍ଡି ଓ ଗରୁଡ଼ ସମ୍ବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ପ୍ରତିଷ୍ଠିତ ପ୍ରବଚକମାନେ ତାତ୍ତ୍ୱିକ ବିଶ୍ଲେଷଣ କରିବାର କାର୍ଯ୍ୟକ୍ରମ ରହିଛି  । ଏହି ଅବସରରେ ପଣ୍ଡିତ ସନ୍ତୋଷ ଚୈତନ୍ୟ, ତ୍ରିଜୀବ ଦାଶ, ପଣ୍ଡିତ ବିଜୟ ରାଘବେନ୍ଦ୍ର ଦାସ, ଡ. ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଅନ୍ତର୍ଯ୍ୟାମୀ ମହାରାଜ ପ୍ରମୁଖ ଯୋଗଦେଇ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି  । ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ସଭାପତି କିରଣ ଭୂୟାଁ ଓ ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ, ଚତୁର୍ଭୁଜ ରାଉଳ, ପ୍ରମୋଦ ନାୟକ, ସଞ୍ଜୟ ସାହୁ, ବଣିକ ସଂଘ ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ତୈଲୋକ୍ୟ ପ୍ରସାଦ ମିଶ୍ର, ନୃସିଂହ ପାଢ଼ୀ, ଅଚୁ୍ୟତାନନ୍ଦ ଜେନା, କିଶୋର ଜେନା, ହରେକୃଷ୍ଣ ସାହୁ, ରବୀନ୍ଦ୍ର ସାହୁ, ସମ୍ବିତ ଦାଶ, ବ୍ରଜ କିଶୋର ସାହୁ, ସୁଦର୍ଶନ ଦାଶ, ରାଜେନ୍ଦ୍ର ଦାଶ, ଅଜୟ ପାଢ଼ୀ, ସଂଗ୍ରାମ ଦାସ ପ୍ରମୁଖ ଏହି ଉତ୍ସବର ପରିଚାଳନା କରୁଛନ୍ତି ।