ଶିଶୁ ଶ୍ରମିକ ମୁକ୍ତ ଅଭିଯାନରେ ଟାସ୍କଫୋର୍ସ ଟିମ୍


ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ୍, : ଜିଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ଭିଜନକୁ ଲକ୍ଷ୍ୟ ରଖି ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ନିଦେ୍ର୍ଦଶରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଟିମ୍ ବ୍ୟବସାୟିକ ପ୍ରତିଷ୍ଠାନ, ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ଦୋକାନ, ହୋଟେଲ ଆଦି ସ୍ଥାନ ମାନଙ୍କରେ ଗତ ତିନି ଦିନ ଧରି ଚଢ଼ାଉ ଜାରି ରଖିଛନ୍ତି । ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ଉକ୍ତ ଯାଞ୍ଚକାରୀ ଦଳ ଶିଶୁ ଶ୍ରମିକ ଓ କିଶୋର ଶ୍ରମିକ ଚିହ୍ନିତ କରିବା ନିମନ୍ତେ ଚଢ଼ାଉ କରିଥିଲେ । ଚଢ଼ାଉ ପ୍ରକ୍ରିୟାରେ ଧର୍ମଶାଳା ଅଂଚଳରେ କୌଣସି ଶିଶୁ ଶ୍ରମିକ ଚିହ୍ନିତ ହୋଇ ନଥିବା ବେଳେ ଏକ ସେଲୁନରେ କିଶୋର ଶ୍ରମିକ ଚିହ୍ନଟ କରାଯାଇଥିଲା । ଉକ୍ତ ସେଲୁନ୍ ମାଲିକଙ୍କୁ ଶିଶୁ ଶ୍ରମିକ ଓ କିଶୋର/କିଶୋରୀ ଶ୍ରମିକ ଅଧିନିୟମ ୭,୮,୯,୧୧ଏବଂ୧୨ ଧାରା ୧୯୮୬ ଉଲଂଘନ ଅନୁଯାୟୀ କାରଣ ଦର୍ଶାଅ ନୋଟିସ ଘଟଣା ସ୍ଥଳରେ ଜାରି କରାଯାଇଛି । ଜିଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କ ନେତୃତ୍ୱରେ ଉକ୍ତ ଟାସ୍କ ଫୋର୍ସ ଟିମ୍ରେ ସହକାରୀ ଶ୍ରମ ଅଧିକାରୀ ଧର୍ମଶାଳା  ସୌମ୍ୟରଂଜନ ବେହେରା, ସହକାରୀ ଶ୍ରମ ଅଧିକାରୀ, ଯାଜପୁର ସୌମ୍ୟସୁନ୍ଦର ରାଉତ ରାୟ, ବରୀ ସହକାରୀ ଶ୍ରମ ଅଧିକାରୀ ସ୍ମୃତିରଞ୍ଜନ ପଣ୍ଡାଙ୍କ ସମେତ ଧର୍ମଶାଳା ବ୍ଲକର ପୁଲିସ ଅଧିକାରୀ ଓ କର୍ମଚାରୀ ଟାସ୍କ ଫୋର୍ସ ଟିମ୍ରେ ଭାଗ ନେଇଥିଲେ । ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ବିଭିନ୍ନ ହୋଟେଲ ମାଲିକ ମାନଙ୍କୁ ସେକ୍ସନ ୧୨ଅଧୀନ ଶିଶୁ ଓ କିଶୋର/କିଶୋରୀ ଶ୍ରମିକ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ନୋଟିସ ବୋର୍ଡ ଟାଙ୍ଗିବା ବାଧ୍ୟତା ମୂଳକ ଓ ଏହା ତାଙ୍ଗିବାକୁ ପରାମର୍ଶ ଦେବାସହ ବ୍ୟାପକ ଜନସଚେତନତା ଦିଗରେ ପ୍ରଚାର ପତ୍ର ଓ ପ୍ରାଚୀର ପତ୍ର ବାଣ୍ଟିଥିଲେ ।