ପୋଡ଼ିହୋଇ ମୃତୁ୍ୟବରଣ ଘଟଣା : ନ୍ୟାୟ ଦାବିରେ ଶବ ରଖି ରାସ୍ତା ଅବରୋଧ
ବାଲିପାଟଣା : ଗତ ରାତି ୪ଟାରେ ପୋଡ଼ିହୋଇ ମୃତୁ୍ୟ ବରଣ କରିଥିବା ଜ୍ୟୋତି ରଞ୍ଜନ ମଥିଆର ଶବ ଏମ୍ସରେ ବ୍ୟବଚ୍ଛେଦ ହୋଇ ବାଲିପାଟଣା ଛକରେ ପହଞ୍ଚିବା ପରେ ଉତ୍ୟକ୍ତ ଲୋକେ ନ୍ୟାୟ ଦାବି କରି ରାସ୍ତା ଅବରୋଧ କରିଛନ୍ତି । ଆମ୍ବୁଲାନ୍ସରୁ ଶବ କାଢି ରାସ୍ତା ଉପରେ ରଖି ଶହ ଶହ ସ୍ଥାନୀୟ ଲୋକଙ୍କ ସହିତ ତାଙ୍କର ଜ୍ଞାତି ପରିଜନ ରାସ୍ତା ଉପରେ ପ୍ରାୟ ଅପରାହ୍ନ ସାଢ଼େ ଚାରିଟା ଠାରୁ ବସି ରହିଛନ୍ତି । ପୁଲିସ ତରଫରୁ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଇ ଆଜି ଅପରାହ୍ନରେ ଅଭିଯୁକ୍ତ ବାପା ସୁରେନ୍ଦ୍ର ମାଥିଆ, ତାଙ୍କ ପନôୀ ପ୍ରଭାତୀ ମାଠିଆ ଓ ପୁଅ ପ୍ରଶାନ୍ତ ମାଠିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।