ଯୁବ ଉଦ୍ୟୋଗୀଙ୍କ ପରଲୋକ

 କାକଟପୁର : ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଚୁରିଆନା ପଞ୍ଚାୟତ ଆଇଁଶିନିଆ ଗ୍ରାମର ଯୁବ ଉଦ୍ୟୋଗୀ ତପନ କୁମାର ସ୍ୱାଇଁଙ୍କର ୫୩ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି  । ସେ ନିଜ ବାସଭବନରେ ଖାଇ ସାରି ଶୋଇବାପରେ ସକାଳୁ ଆଉ ଡାକିଲେ ଉଠି ନଥିଲେ  । ତେବେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ନେବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଏଭଳି ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ତାଙ୍କ ଶେଷ ଦର୍ଶନ ପାଇଁ ରାଜନେତା, ବନ୍ଧୁବର୍ଗ  ଭିଡ଼ ହୋଇଥିଲା  । ସ୍ୱର୍ଗତ ସ୍ୱାଇଁ ଜଣେ ମିଷ୍ଟଭାଷୀ, ପରୋପକାରୀ, ସ୍ନେହୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ୍ ପରିଚିତ  । ତାଙ୍କର ଅକାଳ ବିୟୋଗରେ  ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  । ସ୍ଥାନୀୟ ବିଧାୟକ ତୁଷାର କାନ୍ତି ବେହେରା, ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ଗଭୀର ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି  । ତାଙ୍କ ମରଶରୀରକୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଜ୍ୟୋଷ୍ଠ ପୁତ୍ର ଜିତେନ୍ଦ୍ର ମୁଖାଗ୍ନୀ ଦେଇଥିଲେ  ।