ରାମପୁର ଖଣି ଅଞ୍ଚଳରେ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା

 ଭବାନୀପାଟଣା: କଳାହାଣ୍ଡି ଜିଲାବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଉକôଳ ଆଲୁମିନା । ରାୟଗଡା ଓ କଳାହାଣ୍ଡି ଜିଲା ସୀମନ୍ତକୁ ଲାଗିରହିଥିବା ଉକôଳ ଆଲୁମିନା କାରଖାନା ଏହାର ଆଖପାଖ ଅଂଚଳରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଜରିଆରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଅବ୍ୟାହତ ରଖିଛି ।
 ଏହିକ୍ରମରେ  କମ୍ପାନୀର ବାଫଲାମାଳି ଖଣି ସଂଲଗ ଅଡ଼ରି, ଗୋପୀନାଥପୁର ଓ ମାଲିଗାଁ ୍ନ ଆଦି ତିନିଗୋଟି ପଂଚାୟତରେ ସ୍ୱାସ୍ଥ୍ୟ ସେବା ଦୃଢ ନିମନ୍ତେ ପ୍ରୟାସ ଜାରି ରଖିଛି । ସମ୍ପ୍ରତି ମୋବାଇଲ ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ ସେବା ଏବଂ ନିରୋଗଶାଳା ମାଧ୍ୟମରେ ପଂଚାୟତରେ ଦିବାରାତ୍ର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଛି । କମ୍ପାନୀ ସିଏସଆର ବିଭାଗ ତରଫରୁ ପ୍ରଚଳିତ ମୋବାଇଲ ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ବାର୍ଷିକ ୨୪,୦୦୦ରୁ ଉର୍ଦ୍ଧ ଗ୍ରାମବାସୀଙ୍କୁ ହାତପାହାନ୍ତାରେ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି । ଜଣେ ଡାକ୍ତର ସମେତ ସ୍ୱାସ୍ଥ୍ୟକର୍ମୀ ଓ ସମାଜ ସୁରକ୍ଷା ଅଧିକାରୀ ମୋବାଇଲ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅଛନ୍ତି । ସେହିପରି ସ୍ଥାନୀୟ ଗୋପୀନାଥପୁର ପଂଚାୟତରେ ନିରୋଗଶାଳା ପ୍ରତିଷ୍ଠା କରାଯାଇଥିବା େଳେ ମାସିକ ୯୦୦ରୁ ଉର୍ଦ୍ଧ ରୋଗୀ ମାଗଣାରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ରୋଗୀଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଯଥା ଗୋଷ୍ଠୀ ଚିକିତ୍ସାଳୟ କିମ୍ବା ଜିଲ୍ଳାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ନିମନ୍ତେ କମ୍ପାନୀ ସିଏସଆର ବିଭାଗ ତରଫରୁ ୨୪ଘଂଟିଆ ଆମ୍ବୁଲାନ୍ସ ସେବା ପ୍ରଦାନ କରାଯାଇଛି । ଉକ୍ତ ତିନିଗୋଟି ପଂଚାୟତରେ ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ରକ୍ଷା ପାଇଁ ଅଂଚଳରେ ସଚେତନତା ସୃଷ୍ଟି କରିବା ପାଇଁ କମ୍ପାନୀ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପଟେ ଗୋପୀନାଥପୁର ସ୍ଥିତ ନିରୋଗଶାଳାରେ ଧାର୍ଯ୍ୟ ଦିନ ବିଶେଷଜ୍ଞ ଡାକ୍ତର ପରିଦର୍ଶନରେ ଆସି ସ୍ଥାନୀୟ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି । ଅନ୍ୟପକ୍ଷେ ଉକôଳ ଆଲୁମିନା କମ୍ପାନୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢାଇବାକୁ ଯାଇ ୩୪ରୁ ଉର୍ଦ୍ଧଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ଜୀବନ ରକ୍ଷାକାରି ଉପକରଣ ପ୍ରଦାନ କରାଯାଇଛି । ଅନୁରୂପ ଏହି ତିନୋଟି ପଂଚାୟତରେ ଲୋକଙ୍କ ଆଖି ପରୀକ୍ଷା ଶିବିର ଅନୁଷ୍ଠି କରାଯାଇ କମ ଦୃଷ୍ଟି ଥିବା ବରିଷ୍ଠ ନାଗରିକଙ୍କୁ ଚଷମା ପ୍ରଦାନ ସହ ଅନ୍ୟାନ୍ୟ ଦୃଷ୍ଟି ସହାୟକ ଉପକରଣ ମଧ୍ୟ ପ୍ରଦାନ କରାଯାଇଛି । ଉକôଳ ଆଲୁମିନା ଖଣି ପାର୍ଶ୍ୱସ୍ଥ ଅଂଚଳରେ ସମ୍ପ୍ରତି ଜନକଲ୍ୟାଣକାରୀ କାର୍ଯ୍ୟ ଜାରି ରହିଥିବାରୁ ସ୍ଥାନୀୟ ଲୋକେ କମ୍ପାନୀର ସିଏସଆର ବିଭାଗର କାର୍ଯ୍ୟକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି ।