ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଯାପନ ହେଲା ସୁକିନ୍ଦା ଶିଳ୍ପ ମହୋତ୍ସବ

ଯଖପୁରା : ଶନିବାର ସୁକିନ୍ଦା ମାଟିରେ ପାଂଚ ଦିନଧରି ଚାଲୁରହିଥିଲା ସୁକିନ୍ଦା ମହୋତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟାପିତ ହୋଇଛି । ଉଦଯାପନ ଦିବସକୁ ରଙ୍ଗାରଙ୍ଗ କରିବା ପାଇଁ ବଲିଉଡ୍ ଗାୟକ ହିମେଶ ରେସମେୟା ନିଜର ଯାଦୁ ଦେଖାଇଥିଲେ । ସେହିପରି ଓଡ଼ିଆ ସିନେମା ଜଗତର ହାସ୍ୟଅଭିନେତା ପପୁ ପମପମ୍ ନିଜର କମେଡିରେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରିଦେଇଥିଲେ । ଓଲିଉଡ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ ନିଜ ଗାୟିକାରେ ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ । ମଂଚରେ ବିଭିନ୍ନ ନୃତ୍ୟ ଗ୍ରୁପ୍ ନୃତ୍ୟ ପରିବେଷଣ କରିଥିଲେ । ମହୋତ୍ସବର ଅନ୍ତିମ ଦିନ ହୋଇଥିବାରୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଦର୍ଶକଙ୍କ ଭିଡ ମୀନା ବଜାର ମାନଙ୍କରେ ଦେଖିବାକୁ ମିଳିଥିଲା । ଅନେକ ନେତା ମହୋତ୍ସବକୁ ଆସି ସୁକିନ୍ଦାର ଗୁଣ ଗାନ କରିଥିବାର ଦେଖିବାକୁ ମିଳିଥିଲା । କଳିଙ୍ଗନଗରରେ ଥିବା ସମସ୍ତ ଶିଳ୍ପ କାରଖାନା ମାନଙ୍କର ସହଯୋଗରେ ମହୋତ୍ସବ ଅତି ସୁନ୍ଦର୍ ଭାବରେ ଆୟୋଜନ ହୋଇଥିଲା ।