ରାଷ୍ଟ୍ରପତିଙ୍କ ଦୁର୍ଗା ପୂଜା ଅଭିନନ୍ଦନ
ଭୁବନେଶ୍ବର : ପବିତ୍ର ଦୁର୍ଗା ପୂଜା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଏକ୍ସ ହ୍ୟଣ୍ଡଲରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ପବିତ୍ର ଦୁର୍ଗା ପୂଜା ଆମ ସଂସ୍କୃତି, ଆସ୍ଥା ଓ ଆଧ୍ୟାତ୍ମିକ ଗୌରବର ପ୍ରତୀକ। ମା’ ଦୁର୍ଗାଙ୍କ ୯ ଟି ରୂପର ପୂଜା କେବଳ ଆଧ୍ୟାତ୍ମିକ ଶୁଦ୍ଧିର ମାର୍ଗ ନୁହେଁ ; ବରଂ ଏହା ସତ୍ୟ, ନ୍ୟାୟ ଓ କରୁଣାର ସହ ଅଗ୍ରସର ହେବାର ପ୍ରେରଣା ବୋଲି ସେ କହିଛନ୍ତି। ମହିଳାଙ୍କୁ ସମ୍ମାନ ଓ ସମାଜରେ ଉଚିତ୍ ସ୍ଥାନ ପ୍ରଦାନ ପାଇଁ ଏହି ଅବସରରେ ସଙ୍କଳ୍ପ ନେବାପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି । ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦିଅନ୍ତୁ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାମନା କରିଛନ୍ତି ।