ରାଷ୍ଟ୍ରୀୟ ଲୋକ ଅଦାଲତ
ଯାଜପୁର ଟାଉନ : ଶନିବାର ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୩୧୫୫ ଗୋଟି ମକଦ୍ଦମା ଫଇସଲା ହୋଇଛି । ସେଥି ମଧ୍ୟରୁ ୬୦୯ ଗୋଟି ଫୌଜଦାରୀ, ୨୬ ଗୋଟି ମଟର ଦୁର୍ଘଟଣା, ୬୭ ଗୋଟି ଦେୱାନୀ, ୨୦ ଗୋଟି ପାରିବାରିକ କଳହ, ୨ଗୋଟି ଖାଉଟି, ରାଜସ୍ୱ ବିଭାଗର୨୪୨୯ଟି ରାଜସ୍ୱ ମାମଲା ଫଇସଲା କରାଯାଇ ମୋଟ ୪,୭୩,୦୭,୧୩୭ଟଙ୍କା ଆଦାୟ କରାଯାଇଥିଲା । ଏତଦ୍ବ୍ୟତୀତ ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୬୩ ଗୋଟି, ବିଦୁ୍ୟତ ବିଭାଗର ୧୫୮ ଗୋଟି ଏବଂ ୧୦ଗୋଟି ଟେଲିଫୋନ ସମ୍ବନ୍ଧୀୟ ପ୍ରାକ ବିଚାରଧିନ ମାମଲା ଫଇସଲା କରାଯାଇ ମୋଟ ୩୮,୮୧,୩୯୧ଟଙ୍କା ଆଦାୟ କରାଯାଇଛି । ଲୋକ ଅଦାଲତକୁ ଜିଲା ଓ ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟଅମୃତ ରଂଜନ ନନ୍ଦ ଉଦଘାଟନ କରିଥିଲେ । ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିଲେ । ଯାଜପୁର ଜିଲ୍ଲାର ପରିବାର ଅଦାଲତର ବିଚାରପତି ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଜିଲ୍ଲାଜଜ୍ ବିଶେଶ୍ୱର ବିଶ୍ୱପ୍ରକାଶ ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସର୍ବେଶ୍ୱର ଦାସ, ବରିଷ୍ଟ ଦୈୱାନୀ ବିଚାରପତି ସତ୍ୟପ୍ରକାଶ ରାୟ ଚୌଧୁରୀ, ବରିଷ୍ଟ ଦୈୱାନୀ ବିଚାରପତି ଲୋପାମୁଦ୍ରା ବେହେରା, ଅତିରିକ୍ତ ବରିଷ୍ଟ ଦୈୱାନୀ ବିଚାରପତି ମନସ୍ୱିନୀ ରଥ, ରେଜିଷ୍ଠାର ମାନସ ରଂଜନ ସାମନ୍ତରାୟ, ଏସ୍ଡ଼ିଜେଏମ ଇଫସିତା ନନ୍ଦ, ଦେୱାନୀ ବିଚାରପତି ସୁନିତା ବିଶ୍ୱାଳ ଏବଂ ଜେଏମଏଫ୍ସି ଅନୁଶ୍ରୀ ଜେନା ଅଂଶ ଗ୍ରହଣ କରି ବିଭିନ୍ନ ମକଦ୍ଦମା ଫଇସଲା କରିଥିଲେ ।