ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତବାର୍ଷିକୀ

 କେନ୍ଦୁଝର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କେନ୍ଦୁଝର ଜିଲ୍ଲା ପକ୍ଷରୁ ସଂଘର ଶତବାର୍ଷିକୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମାବେଶ କେନ୍ଦୁଝର ସହରର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ସଂଘର ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ ତଥା ଜିଲ୍ଲା ସଂଘ ଚାଳକ ଭାଗିରଥି ପୃଷ୍ଟି, ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ମହାନ୍ତ ଉପସ୍ଥିତ ରହି ସଂଘର ଶତବାର୍ଷିକୀ ଉଦେ୍ଦଶ୍ୟରେ ବୌଦ୍ଧିକ ରଖିଥିଲେ ।  ଜିଲ୍ଲାର ୧୭ ଗୋଟି ଖଣ୍ଡ ଏବଂ ନଗରରୁ ୧୨ ସହରୁ ଊଦ୍ଧ୍ୱର୍ ସ୍ୱୟଂସେବକ ଉପସ୍ଥିତ ରହି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସହରର ତିନୋଟି ମାର୍ଗରୁ ପଥ ସଞ୍ଚଳନ ଆରମ୍ଭ ହୋଇ ନଗର ପରିକ୍ରମା କରି ଷ୍ଟାଡିୟମ ଠାରେ ପହଞ୍ଚôଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡ଼ଃ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ ତଥା ଜିଲ୍ଲାର ବିଭିନ୍ନ ସଂଗଠନର ନେତୃବର୍ଗମାନେ ଉପସ୍ଥିତ ଥିଲେ ।