ବଲବିନ୍ଦର ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି
ଅନୁଗୁଳ : ବିଜେପିର ବରିଷ୍ଟ ନେତା ତାଳଚେର ପୌର ମଣ୍ଡଳର କାର୍ଯ୍ୟକାରିଣୀ ସଦସ୍ୟ ବଲବିନ୍ଦର ସିଂହଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ଅବସରପ୍ରାପ୍ତ କୋଇଲା ଖଣିର କର୍ମଚାରୀ ତଥା ରାଜ୍ୟ ସ୍ତରୀୟ ଫୁଟବଲ ଖେଳାଳି ବଲବିନ୍ଦର ସିଂହ ଙ୍କୁ ଅନୁଗୁଳ ଜିଲ୍ଲା ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା ଉପ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଏନେଇ ଏକ ପ୍ରେସ ବାର୍ତ୍ତାରେ ପ୍ରକାଶ କରିଛନ୍ତିି । ତାଳଚେର ଦେଉଳବେଡା ଠାରେ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ ସଂଖ୍ୟାଲଘୁ ମୋର୍ଚ୍ଚାର ନୂତନ ଜିଲ୍ଲା ଉପସଭାପତି ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସମୟରେ ବିଜେପି ଅନୁଗୁଳ ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ସୋମନାଥ ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।