ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

 ଆନନ୍ଦପୁର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନନ୍ଦପୁରନଗର ପକ୍ଷରୁ ରାଷ୍ଟୀୟ ହିନ୍ଦୁ ନବ ବର୍ଷ ଏବଂ ପ୍ରତିପଦା ଉତ୍ସବପାଳିତ ହୋଇଯାଇଛି । ନଗରସଂଘ ସଭାପତି ସର୍ବେଶ୍ୱର ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲାସଂଘ ଚାଳକ ଭାଗିରଥୀ ପୃଷ୍ଟି, କବି ପ୍ରଫୁଲ୍ଲ କୁମାର ଚକ୍ର ଯୋଗ ଦେଇଥିଲେ । ପ୍ରାରମ୍ଭରେ ସଂଘ ପକ୍ଷରୁ ଜିଲ୍ଲା ମାର୍ଗ ପ୍ରମୁଖ ଧ୍ୱଜ ପ୍ରଣାମ କାର୍ଯ୍ୟକ୍ରମ କରାଇଥିଲେ ।ପରେ ଶ୍ରୀ ସୁର ସଂଘୀୟ ସଙ୍ଗୀତକୁ ସାମୁହିକ ଗାନ କରାଇଥିଲେ । ପରେ ମଂଚାସୀନ ଅତିଥି ଭାରତ ମାତାଙ୍କ ତୈଳ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମାର୍ଗ ପ୍ରମୁଖ କମଳାକାନ୍ତ ସୁର ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ରାଷ୍ଟ୍ରୀୟ ସ୍ୱୟଂସେବକ ରାମଚନ୍ଦ୍ର ସାହୁ, ହରେକୃଷ୍ଣ ପତି, ବାବାଜୀ ପଣ୍ଡା, ଦୁର୍ଗା ଚରଣ ଦଳେଇ, ନିରାକାର ସାହୁ, ରମେସ ଚନ୍ଦ୍ର ମହାରଣା, ହରେକୃଷ୍ଣ ପାତ୍ର, ସିପୁ ଯେନା, ହେମନ୍ତ ସାହୁ, ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 
ଦଶରଥପୁର: ଦଶରଥପୁରରେ ହିନ୍ଦୁ ନବବର୍ଷ ପାଳନ କରାଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତଥା ବଜରଙ୍ଗ ଦଳର ମିଳିତ ଆନୁକୂଲ୍ୟରେ ଝୁମ୍ପୁରୀ ବଜାର ତାରିଣୀ ଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କାର୍ଯ୍ୟକର୍ତା ପ୍ରଦୀପ୍ତ ରଞ୍ଜନ ସାମଲ, ରୁଦ୍ର ନାରାୟଣ ରାୟ, ବିରଜା ପ୍ରସାଦ ଦାସ, ସୁଜିତ ନାୟକ, କାହ୍ନୁଚରଣ ବାରିକ, ବିଶ୍ୱଜିତ ନାୟକ, ଭବତୋଷ ପାଣିଗ୍ରାହୀ, ଜୀବନ କୁମାର ମଲ୍ଲିକ, ଲୋକନାଥ ଦାସ, ସତ୍ୟବ୍ରତ ବାଇ ତଥା ବଜରଙ୍ଗ ଦଳର ବ୍ଲକ୍ ପ୍ରମୁଖ ପ୍ରଭୁଦେବ ପଣ୍ଡାଙ୍କ ସହ ଶତାଧିକ ସଂଘ କାର୍ଯ୍ୟକର୍ତା ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତା ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠାତା ଡ. କେଶବ ବଳୀରାମ ହେଡ଼ଗେୱାରଙ୍କ ଆଜି ପୁଣ୍ୟ ଜନ୍ମ ତିଥିରେ ତାଙ୍କ ସ୍ମୃତିକୁ ମନେ ପକାଇବା ସହ ଅଖଣ୍ଡ ଭାରତର ଭାରତୀୟଙ୍କୁ ସଙ୍ଗଠିତ ହୋଇ ରହିବା ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହେବାକୁ ଯାଉଛି । ଏହି ମହାନ ଜନନାୟକଙ୍କ ତ୍ୟାଗ ଓ ବଳିଦାନକୁ ଦେଶବାସୀ କେବେବି ଭୁଲିବେ ନାହିଁ ବୋଲି କାର୍ଯ୍ୟକର୍ତ୍ତା କହିଥିଲେ ।