ସାହିତ୍ୟ ସଂସଦର ବସନ୍ତ ଉତ୍ସବ   

 ପାଣିକୋଇଲି : କୋରେଇ ମଣ୍ଡଳ ସାହିତ୍ୟ ସଂସଦର ବସନ୍ତ ଉତ୍ସବ ହିଙ୍ଗୁଳା କଲ୍ୟାଣ ମଣ୍ଡପ ପଣ୍ଡୁଳାରେ ଅନୁଷ୍ଠିତ ହୋଇଛି । ପ୍ରଥମ ଅଧିବଶେସନ ‘କବିତା ପାଠୋତ୍ସବ’କୁ ସଂସଦର ଉପ-ସଭାପତି ବିନୋଦ ବିହାରୀ ସାହୁ ଉଦ୍ଘାଟନ କରିଥିଲା ବେଳେ କାର୍ଯ୍ୟକାରୀ ସଭପତି ପ୍ରାଧ୍ୟାପକ ଶିବଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ । ଅତିଥିଭାବେ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ୱିବେଦୀ ଓ ଡ. ମୋହନ ଚରଣ ଖୁଂଟିଆ ଯୋଗଦେଇଥିବା ବେଳେ, ସଂଯୋଜକ ଭାବେ ପଣ୍ଡିତ ଅକ୍ଷୟ ଦାଶ, ପ୍ରଦୀପ ଦାସ ଓ ଅଶୋକ କୁମାର ପତି ଯୋଗଦେଇ ସଂଯୋଜନା କରିଥିଲେ । ସାଂସ୍କୃତିକ ସଂପାଦକ ବାଇଧର ମାଝୀଙ୍କ ସଂଚାଳନାରେ କବି ନରୋତମା ସାହୁ, ପ୍ରଭାତ ମଲିକ, ବୃନ୍ଦବନ ସାହୁ, ଅପର୍ଣ୍ଣା ମିଶ୍ର, କଳ୍ପନା ଦାସ, ଜୟନ୍ତୀ ଜେନା, ମଧୁସ୍ମିତା ନାୟକ, ଲକ୍ଷ୍ମୀପି୍ରୟା ମାଇତ, ମନୋଜ ନାଥ, ଜିତେନ୍ଦ୍ର ବେହେରା, ଦୁର୍ଯେ୍ୟାଧନ ଘଡାଇ, ପ୍ରଭାତ ସିହ୍ନା, ମଧୁସୂଦନ ମହାପାତ୍ର ପ୍ରମୁଖ ୫୦ରୁ ଊଦ୍ଧ୍ୱର୍ କବି ସ୍ୱରଚିତ କବିତା ପାଠ କରି ‘ବସନ୍ତ ଉତ୍ସବ’କୁ ମଧୁମୟ କରିଥିଲା ବେଳେ, ସହସମ୍ପାଦକ ଅକ୍ଷୟ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ମଧ୍ୟାହ୍ନରେ ଦ୍ୱିତୀୟ ଅଧିବେଶନ ସମ୍ବର୍ଦ୍ଧନା ପର୍ବ ଓ ‘ବସନ୍ତର ଅନୁଭୁତି’କୁ ନେଇ ଆଲୋଚନ ଚକ୍ର ସଂସଦର ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅତିଥିଭାବେ ବିଶିଷ୍ଠ ପ୍ରାବନ୍ଧିକ ଡକ୍ଟର ନାରାୟଣ ପଣ୍ଡା ଯୋଗଦେଇ ବସନ୍ତ ଋତୁ ପ୍ରେମ ଓ ପ୍ରଣୟର ବାହକ ବୋଲି ଆଲୋଚନା ପ୍ରସଙ୍ଗରେ କହିଥିଲେ । ସମ୍ମାନିତ ଅତିଥିଭାବେ ଗୋକର୍ଣ୍ଣିକାର ସଂପାଦକ ରମାକାନ୍ତ ଜେନା, ଡକ୍ଟର ଅରୁଣ କୁମାର ଦାସ ଯୋଗଦେଇ ଷଡଋତୁ ମଧ୍ୟରେ ବସନ୍ତ ଋତୁ ଶ୍ରେଷ୍ଠ ଋତୁ, ଯାହା ପରିବେଶକୁ ସନ୍ତୁଳିତ ଓ ଆନନ୍ଦମୟ କରି ରଖିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦୀନବନ୍ଧୁ ନାୟକଙ୍କ ପୁସ୍ତକ‘ଉଦ୍ଧବ ସନେ୍ଦଶ’, ଅକ୍ରୂରକିଶୋର ବଳଙ୍କ ଉର୍ମିମାଳା, ନିତ୍ୟାନନ୍ଦ ମହାନ୍ତିଙ୍କ ‘ବୋଉ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଅନୁଷ୍ଠାନର ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ ସଂସଦର ବିବରଣୀ ପାଠ କରିଥିଲା ବେଳେ କାର୍ଯ୍ୟକାରୀ ସଂପାଦକ ଦୟାନିଧି ନାୟକ ସ୍ୱାଗତ ଭାଷଣ ଓ ଅତିିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂସଦର‘ବସନ୍ତ ଉସôବ ସେବା ସମ୍ମାନ’ରେ ବରିଷ୍ଠ ଚିକିସôକ ଡା. ବିନୟ ନାୟକ  ଓ ଜଗତମଙ୍ଗଳ କୃଷକ ସମ୍ମାନ’ରେ ବିଶିଷ୍ଟ କୃଷକ ରବୀନ୍ଦ୍ର କୁମାର ନାୟକଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସହସମ୍ପାଦକ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୁବାସ ଧଳ, ପୀତାମ୍ବର ନନ୍ଦ, ପ୍ରମୋଦ କୁମାର ମହାନ୍ତି, ପ୍ରିୟଦର୍ଶନ ଅମ୍ବରିଶ ଖୁଂଟିଆ ପ୍ରମୁଖ ସଂସଦର ସମସ୍ତ କର୍ମକର୍ତା ଓ ସଦସ୍ୟ ସହଯୋଗ କରିଥିଲେ ।