ରାସ୍ତରେ ଗ୍ରୀନ୍ କରିଡର ସହ ଲାଗିବ କ୍ୟୁଆର ସ୍କାନର : ପୂର୍ତ୍ତ ବିଭାଗ
ଭୁବନେଶ୍ୱର : ରାସ୍ତରେ ଗ୍ରୀନ୍ କରିଡର ସହ ଲାଗିବ କ୍ୟୁଆର ସ୍କାନର । କ୍ୟୁଆରେ ସ୍କାନ କଲେ ମିଳିବ ଠିକାଦାରଙ୍କ ସମସ୍ତ ତଥ୍ୟ ସହ ରାସ୍ତାର ସବିଶେଷ ବିବରଣୀ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ପ୍ରସ୍ତାବକୁ କାର୍ୟ୍ୟକାରୀ କରିବା ପାଇଁ ଅଣ୍ଟା ଭିଡିଲା ପୂର୍ତ୍ତ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଜାତୀୟ ରାଜପଥ ଭଳି ରାଜ୍ୟ ରାଜପଥରେ ବି ରହିବ ସ୍କାନର ବ୍ୟବସ୍ଥା । ଯେଉଁ ସ୍କାନର ଜରିଆରେ ଲୋକେ ରାସ୍ତାର ସମ୍ପୂର୍ଣ୍ଣ ତଥ୍ୟ ଜାଣି ପାରିବେ । ଠିକାଦାରମାନଙ୍କ ସମସ୍ତ ତଥ୍ୟ ସେଥିରେ ପବ୍ଲିକ କରାଯିବ । କେଉଁ ଠିକାଦାର ସଂସ୍ଥା କେତେ ଦିନ ଭିତରେ ରାସ୍ତା କାମ କରିଛନ୍ତି ତାହାର ବ୍ୟୟ ବରାଦ କେତେ ଥିଲା ସବୁ ତଥ୍ୟ ସେହି ସ୍କାନର ଜରିଆରେ ଲୋକମାନେ ଜାଣି ପାରିବ ମିଳିବ । କିଛି ଦିନ ତଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଜାତୀୟ ରାଜପଥରେ ସ୍କାନର ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତାବ ରଖିଥିଲେ ।
ଏହାସହ ରାସ୍ତା ନିର୍ମାଣ ସମୟରେ ନିର୍ମାଣ ଖର୍ଚ୍ଚର ଅତିରିକ୍ତ ୧% ଅର୍ଥରାଶିରେ ରାସ୍ତାରେ ଗଛ ଲଗାଇବ । ଏହି ଅର୍ଥକୁ ବୃକ୍ଷରୋପଣ ସହ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରାଯିବ । ଗ୍ରୀନ୍ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟରେ ସବୁ ରାସ୍ତାକଡ଼ରେ ବୃକ୍ଷରୋପଣ କରାଯିବ । ପୂର୍ତ୍ତ ବିଭାଗ ଅଧୀନରେ ନୂଆ କରି ହେବାକୁ ଥିବା ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ, ଅନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣକୁ କରାଯିବ । ପ୍ରତି ନୂଆ ରାସ୍ତା ପାଖରେ ଗଛ ଲଗାଇବେ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।