ଜବର ଦଖଲ ଉଚ୍ଛେଦ ଓ ଧାନମଣ୍ଡି ନିର୍ମାଣ ଦାବି
ଆନନ୍ଦପୁର : ଜବର ଦଖଲ ଉଛେଦ ଏବଂ ଧାନମଣ୍ଡି ନିର୍ମାଣ ଦାବିରେ ପୌର କାର୍ଯ୍ୟାଳୟ ଘେରାଉ କରିଛନ୍ତି ୱାର୍ଡବାସୀନ୍ଦା । ପୌରପରିଷଦ ଅନ୍ତର୍ଗତ ୧ ଏବଂ ୨ ନମ୍ବର ୱାର୍ଡ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ୱାର୍ଡରେ ନୂତନ ଧାନମଣ୍ଡି ନିର୍ମାଣ କରିବାପାଇଁ ସମବାୟ ସମିତି ପକ୍ଷରୁ ଚିÿହ୍ନଟ କରାଯାଇଥିବା ଜାଗାକୁ ଜଣେ ବ୍ୟକ୍ତି ସେଠାରେ କୋଠା ଘର ନିର୍ମାଣ କରନିଜ ଅକ୍ତିଆରରେ ରଖିଛନ୍ତି । ଏନେଇ ପୂର୍ବରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ପୌର କାର୍ଯ୍ୟନିର୍ବାହ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ୪ତାରିଖ ଦିନ ଜବରଦଖଲ ଉଛେଦ ପାଇଁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ପାରିନି । ଏହାର ପ୍ରତିବାଦରେ ସ୍ଥାନୀୟ ଜନସାଧାରଣ ଏବଂ ଚାଷୀ ମାନେ ପୌରକାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ଏନେଇ ସମାଧାନର ବାଟ ବାହାର କରାଯିବ ବୋଲି ଉପଜିଲ୍ଲାପାଳ ନୀଳମାଧାବ ସୁନା ପ୍ରତିଶ୍ରୁତି ଦେବାପରେ ୱାର୍ଡ଼ବାସୀ ଧାରଣାରୁ ହଟିଥିଲେ ।