ରାସ୍ତା ଶୋଚନୀୟ, ମରାମତି ଦାବି

 ନୂଆପଡା: ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତାଘାଟର ଉନ୍ନତି ପାଇଁ ବିଭିନ୍ନ ଯୋଜନା ଓ ପାଣ୍ଠିର ବ୍ୟବସ୍ଥା କରୁଛନ୍ତି । କିନ୍ତୁ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ଯୋଗୁଁ ଲୋକମାନେ ସୁବିଧାରୁ ବଞ୍ଚôତ ହେଉଛନ୍ତି । ସୂଚନା ମୁତାବକ ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ଥାନୀୟ ଯଜ୍ଞ ମଣ୍ଡପ ଠାରୁ ଚିନ୍ଦାପଡ଼ା ରାସ୍ତା କାଦୁଅ ପଚପଚ ହୋଇ ଶୋଚନୀୟ ଅବସ୍ଥାରେ ଅଛି । ସେଥିପାଇଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାଟି ଖାଲଢିପ ହୋଇ ମାଟି କାଦୁଅରେ ଭର୍ତ୍ତି ହୋଇଯାଇଛି । ଏହା ଜନସାଧାରଣଙ୍କ ମୁଖ୍ୟ ରାସ୍ତା ହୋଇଥିବାରୁ ମରାମତି କରିବା ଆବଶ୍ୟକ ବୋଲି ପଡ଼ାବାସୀ ଦାବି କରିଛନ୍ତି । ତେଣୁ କରି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ପଡ଼ାର ପଦ୍ମେ ଚିନ୍ଦା, କୁମନ୍ତି ଚିନ୍ଦା, ସାବେତ୍ରୀ ଚିନ୍ଦା, ସେମନି ଚିନ୍ଦା, ପୀର ଚିନ୍ଦା, ସୁମିତ୍ରା ଚିନ୍ଦା, ମାନସିଂ ଚିନ୍ଦା, ଭୁଜବଳ ଚିନ୍ଦା ଓ ଜଗତରାମ ସଗରିଆ ରାସ୍ତା ମରାମତି କରିବା ପାଇଁ ଦାବି କରିଛନ୍ତି ।