ବିଧାୟକଙ୍କ ଜନ୍ମଦିନରେ ରକ୍ତଦାନ ଶିବିର
ନୂଆପଡା : ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେଡି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସ୍ଥାନୀୟ ଅଗ୍ରସେନ୍ ଭବନରେ ଆୟୋଜିତ ଏହି ଶିବିରରେ ଅନେକ ସ୍ୱେଚ୍ଛାସେବୀ ଓ ବିଜେଡି କର୍ମୀ ରକ୍ତଦାନ କରିଥିଲେ । ଶିବିରରେ ମୋଟ ୭୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ବାଦି ସ୍ଥିତ ଆଇଟିଆଇ କଲେଜରେ ସମଲେଇ ସେନା ପଶ୍ଚିମ ଓଡ଼ିଶା ସଭାପତି ପ୍ରଦୀପ ଦିଣ୍ଡିଆଙ୍କ ନେତୃତ୍ୱରେ ବୃକ୍ଷରୋପଣ କରାଯାଇ କେକ୍ କାଟି ବିଧାୟକଙ୍କ ଦୀର୍ଘ ଜୀବନ କାମନା କରାଯାଇଥିଲା । କାର୍ଯ୍ୟକ୍ରମରେ ବିଧାୟକ ପାଣିଗ୍ରାହୀ, ଡିଏଫ୍ଓ ଅଜିଜ ଖାନ୍, କଲେଜ୍ ଛାତ୍ରଛାତ୍ରୀ ଓ ସମଲେଇ ସେନା ମିଶି ଦୁଇ ଶହ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦରୁ ସେ ଲୋକଙ୍କ କାର୍ଯ୍ୟ କରି ଚାଲିଥିବେ ବୋଲି ଶ୍ରୀଯୁକ୍ତ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରହିରଧର ମେହେର, ସନ୍ତୋଷ ପଟ୍ଟନାୟକ, ସତ୍ୱାଲ ସିଂ ଛାବଡା, ଅର୍ଜୁନ ଛାତ୍ରିଆ, ଦେବାଶିଷ ଖମାରୀ, ଶିବିର ସିଂ ଦେଓ , ଶେଫାଳୀ ସଲମା, ସନ ଜଗତ, ବଡ ଜଗତ, ବିନୋଦ ଦୁରିଆ, ପିଣ୍ଟୁ ତାଣ୍ଡି, ପଞ୍ଚାନନ ବେହେରା, ଦୁ୍ୟତି ରଞ୍ଜନ ବାଗ, ସିତାରାମ ସାହୁ, ପ୍ରଶାନ୍ତ ବେହେରା, ଚନ୍ଦ୍ରଶେଖର ବେହେରା, ଚନ୍ଦ୍ର ଦ୍ୱାଜ ବେହେରା, ଅଭିଷେକ ଜଗତ, ଟିଟୁ ପାଣ୍ଡେ, ଅମିତାଭ ପଟେଲ ପ୍ରମୁଖ ଉପସ୍ଥିତ ରହିଥିଲେ ।