ରାସ୍ତାକଡରେ ଗଦାଗଦା ଔଷଧ : ସ୍ୱାସ୍ଥ୍ୟ ବିଭାଗର ତଦନ୍ତ
ବାଲେଶ୍ୱର : ଆଜି ସକାଳ ସମୟରେ ରେମଣା ଶ୍ରୀଜଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ କିଛି ଦୂର ରାସ୍ତା କଡରେ ପଡିଥିଲା ପୁଳାପୁଳା ସରକାରୀ ଔଷଧ । ଔଷଧ ଗୁଡ଼ିକର ଅବଧି ଥିଲେ ମଧ୍ୟ ସେସବୁକୁ ରୋଗୀଙ୍କୁ ନ ଦେଇ ରାସ୍ତା କଡରେ ଫୋପାଡ଼ି ଦିଆଯାଇଛି ।ନିକଟରେ ଥିବା କୌଣସି ସ୍ବାସ୍ଥ୍ୟକେନ୍ଦ୍ରରୁ ଏହି ମେଡିସିନଗୁଡ଼ିକୁ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ଏସବୁ ଔଷଧର ଏକ୍ସପ୍ୟାରୀ ଡେଟ୍ ୨୦୨୬ ପର୍ଯ୍ୟନ୍ତ ରହିଛି ।
ରାସ୍ତା କଡରେ ଗଦାଗଦା ଔଷଧ ପଡିଥିବା ଘଟଣାରେ ବାଲେଶ୍ୱର ସିଡିଏମ୍ଓ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣା ସ୍ଥଳକୁ ଯାଇଛି । ମେଡିକାଲ ଅଫିସରଙ୍କ ସହ ଏକ ଟିମ ଘଟଣା ସ୍ଥଳରେ ତଦନ୍ତ ଜାରୀ ରଖିଛି । ଏଥିରେ ଯେଉଁ ସରକାରୀ ଅଧିକାରୀମାନେ ସାମିଲ ଥିବେ । ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।