ରାସନ ସାମଗ୍ରୀ ହଡପ ଘଟଣାରେ ଡିଲରଙ୍କ ନାଲିଆଖି

ନୀଳଗିରି: ଡିଲରଙ୍କ କଳାକାରନାମାର ଖବର ପ୍ରକାଶ ପାଇବାପରେ ଡିଲର ଏବଂ ସହଯୋଗୀ ସଦସ୍ୟାମାନେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଘରେ ଆଗରେ ଗାଳିଗୁଲଜ ଓ ବିଭିନ୍ନ ଧମକ ଚମକ୍ ଦେଇଥିବା ନେଇ ବରହମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତର ରାସନ୍ ସାମଗ୍ରୀ ପ୍ରଦାନ ପାଇଁ ନିଯୁକ୍ତ ଡିଲର ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝିଅର ଚାଉଳ ହଡପକରିଥିବା ବିଷୟ ଉପରେ ସାମ୍ବାଦିକ ଜଣକ ଗଣମାଧ୍ୟମରେ ଖବରପ୍ରକାଶ କରିବା, ସୂଚନା ଆଧାରରେ ତଥ୍ୟ ମାଗିବା ଓ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ ପରେ ହିଂସ୍ର ହୋଇଉଠିଛନ୍ତି ନରଣପୁର ଗ୍ରାମ ପଞ୍ଚାୟତର ମା ଗାୟତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀ । ମାତ୍ର ଡିଲରଜଣକ କିଛି ମୃତ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଚାଉଳ ପ୍ରଦାନ ନକରି ହଡ଼ପ କରିଚାଲିଥିବା ବେଳେ ବାରମ୍ବାର ଅଭିଯୋଗପରେ ଦିବ୍ୟାଙ୍ଗଙ୍କ ଚାଉଳ ଫେରସ୍ତ କରିଥିଲେ । ତେବେ ଏଠି ପ୍ରଶ୍ନଉଠେ ପ୍ରତିମାସ ମୁଣ୍ଡପିଛା ୫କି.ଗ୍ରା ଚାଉଳ ପ୍ରଦାନ କରିବାର ନିୟମଥିବା ବେଳେ ଏକାଥରେ ୧୮୨ କିଲୋ ଚାଉଳ ଡିଲର ଜଣକ କେଉଁଠି ଆଣିଲେ ଆଉ କିପରି ପ୍ରଦାନ କରିଲେ ଖବର ଅନୁଯାୟୀ ୩ଜଣ ମୃତବ୍ୟକ୍ତିଙ୍କ ରାସନ୍ ସାମଗ୍ରୀ ଉକ୍ତ ଡିଲର ହଡ଼ପ କରିଥିବା ଲୋକଲୋଚନକୁ ଆସିଥିଲା । ଏତଦ୍ ଭିନ୍ନ ଡିଲରଙ୍କ ସମସ୍ତ କାଗଜପତ୍ର ସାମ୍ବାଦିକ ରତିକାନ୍ତ ସୂଚନା ଅଧିକାର ଆଇନ ବଳରେ ମାଗିବାରୁ ଡିଲର ଜଣକ କାଗକ ପତ୍ର ହଜିଯାଇଥିବା ମିଥ୍ୟା ସତ୍ୟପାଠ ଦେଖାଇ ଯୋଗାଣ ଅଧିକାରୀଣିଙ୍କ ଠାରେ ଦାଖଲ କରିଥିବା ଜଣାଯାଇଛି । ଏହାବାଦ ଡିଲରଙ୍କ କଳକାରାନାମ  ବିଷୟରେ ନୀଳଗିରି ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ ପରେ ଉକ୍ତ ଡିଲର ମିନତି ସାହୁ ଜଣକ କିଛି ୭/୮ଜଣ ମହିଳା ସଦସ୍ୟାଙ୍କୁ ଧରି ସାମ୍ବାଦିକଙ୍କ ଗୃହ ସମ୍ମୁଖରେ ହୋହଲ୍ଲା ଓ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ସାମ୍ବାଦିକ ଜଣକ ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏତଲା ପାଇବାପରେ ତଦନ୍ତ ଜାରିରଖିଛନ୍ତି ।