ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା 

 ରାଜନଗର : ରାଜନଗର ତହସିଲର ନୂତନ ଭାବେ ଯୋଗଦେଇଥିବା ତହସିଲଦାର ଯୀଶୁକ୍ରିଷ୍ଣ ଦାଶଙ୍କୁ ରାଜନଗର ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ବ୍ଲକ ସୈନିକ ସଂଘ ସଭାପତି ସୁବେଦାର ମେଜର ଗଗନବିହାରୀ ସ୍ୱଇଁଙ୍କ ନେତୃତ୍ୱରେ ସମ୍ପାଦକ ଅଚୁ୍ୟତାନନ୍ଦ ପ୍ରଧାନ, ଅକ୍ଷୟ ନାୟକ, ସୁବାଷଚନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ପାଢି, ରବିନ୍ଦ୍ରନାଥ ଶର୍ମା, ରଶ୍ମିରଂଜନ ରାଉତ, ଅଶୋକ ରାଉତ, ରମାକାନ୍ତ ମାହୁଁନ୍ତ, ରବିନ୍ଦ୍ର ମହାରଣା, ବିଜୟ ମହାନ୍ତି, ସତ୍ୟାନନ୍ଦ ରଥ, ମାନଗୋବିନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ହୋଇ ସମ୍ବର୍ଦ୍ଧିତ କରିଥିଲେ ।