କେବିନ ଉପରେ ଚଢିଗଲା ଯାତ୍ରାପାର୍ଟି  ଟ୍ରକ

 କେନ୍ଦ୍ରାପଡା  : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ଘଟିଛି ଏହି ଦୁର୍ଘଟଣା  । ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ୍ ଭାରସାମ୍ୟ ହରାଇ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମନାରେ ଥିବା ଦୁଇଟି ପାନ ଦୋକାନ ଉପରେ ମାଡି ଯାଇଥିଲା  । ଖାଲି ସେତିକି ନୁହେଁ ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ଏକ ବାଇକ୍କୁ ମଧ୍ୟ ଟ୍ରକ୍ଟି କିଛି ବାଟ ଘୋଷାରି ନେଇଥିଲା  । ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି  । ଅନ୍ୟପକ୍ଷରେ ଲୋକେ ଟ୍ରକ୍ ଡ୍ରାଇଭରକୁ ଅଟକ ରଖିଛନ୍ତି  । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି  ଉପରେ ନଜର ରଖିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖି ଟ୍ରକଟି ଜବତ କରିଥିବା ଜଣାପଡିଛି  ।