"ରାସ୍ତାରେ ମୋରମ  ବଦଳରେ ପଡୁଛି ମାଟି'

 ଆନନ୍ଦପୁର: ପୂର୍ତ୍ତ ବିଭାଗ ପିଚୁ ରାସ୍ତା ସମାପ୍ତ ପରେ ସୋଲ୍ଡରରେ ମୋରମ ପଡିବା ଏଷ୍ଟିମେଟରେ ରହିଥାଏ ।  ମାତ୍ର ୭୦ ଲକ୍ଷରୁ ଉର୍ଦ୍ଧ  ବ୍ୟୟ ଅଟକଳରେ ଆନନ୍ଦପୁର ବ୍ଲକ ସୀମାନ୍ତ ଅନ୍ତର୍ଗତ ଗୋଡଭଙ୍ଗା ଠାରୁ କଲୋନୀ ସାହି ଯାଏଁ ଦୀର୍ଘ ୫ କିମି ନୂତନ ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ ବଦଳରେ ମାଟି ପକାଯାଉଛି । ଯାହା ସମ୍ପୂର୍ଣ୍ଣ ନିୟମ ବିରୁଦ୍ଧ ଅଟେ । ବିଭାଗୀୟ କର୍ତ୍ତୁପକ୍ଷ ଏହାକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଯାହା ଏବେ  ପ୍ରଶ୍ନବାଚୀ ପାଲଟିଛି? ତେବେ ଉଭୟ ପାର୍ଶ୍ୱ ସୋଲ୍ଡରରେ ମାଟି ପକାଇବା ଦ୍ୱାରା ଏହା ବର୍ଷାରେ ଧୋଇ ହୋଇଯିବା ସହିତ କାଦୁଅ ହୋଇଯିବ । ଯାହାଦ୍ୱାରା ଏହା ବାଇକ, ସାଇକେଲ ଏବଂ ପଥଚାରୀଙ୍କ ଦୁର୍ଘଟଣାର ଆଶଙ୍କକୁ ବୃଦ୍ଧି କରୁଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।