ଧରାପଡିଲା ଗୋଚାଲାଣ; ୩ କୋର୍ଟ ଚାଲାଣ
ପାଣିକୋଇଲି: ପାଣିକୋଇଲି ପୁଲିସ ସନ୍ଧ୍ୟା ପାଟ୍ରୋଲିଂ ସମୟରେ ଗୋଳେଇପୁର ପଂଚାୟତର ଶଗଡି ଗ୍ରାମ ନକିଟରୁ ଓଡି୦୨ସିଏଫ-୫୭୮୦ ନଂ ଏକ ମାରୁତି କାରକୁ ଜବଦ କରିଥିଲେ । ଯେଉଁ କାରରେ ବେଆଇନ ଭାବେ ଦୁଇଟି ଗୋରୁ ଭର୍ତି ହୋଇଥିବା ଦେଖି ପୁଲିସ ଜବଦ କରିବା ପରେ ଯାଜପୁର ସଦର ଥାନା ଅନ୍ତର୍ଗତ ବରୁହାଁରୁ ୨ଟି ଗୋରୁଙ୍କୁ ଉଠାଇଆଣି ବିକ୍ରି କରିବାକୁ ବସିଥିଲେ ବୋଲି ଜାଣିବାକୁ ପାଇଥିଲା । ଏନେଇ ପୁଲିସ ଏକ ମାମଲାରୁଜୁ କରିବା ସହ ଚାଳକ ସମେତ ବେପାରି ସଦରଥାନା ଅନ୍ତର୍ଗତ ସ୍ୱପ୍ନେଶ୍ୱର ପୁର ଗ୍ରାମର ବିଷ୍ଣୁ ଚରଣ ପତିଙ୍କ ପୁଅ ବସନ୍ତ(୫୪), ବରୁହାଁ ଗ୍ରାମର ଧନେଶ୍ୱର ରାଉତଙ୍କ ପୁଅ କୁଳମଣି (୩୬) ଓ ମହିପୁର ଗ୍ରାମର ବୈଷ୍ଣବ ସାମଲଙ୍କ ପୁଅ ସୁଧାଂଶୁ (୫୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି ।