ବର୍ଷା ସାହିତ୍ୟ ଆସର
ରାଜକନିକା : କନିକାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସରସ୍ୱତୀ ଦାମୋଦର ସାହିତ୍ୟ ସଂସଦ ପକ୍ଷରୁ ବର୍ଷା ସାହିତ୍ୟ ଆସର ପାଳିତହୋଇଛି । ସଂସଦର ସ୍ଥାୟୀ ସଭାପତି ରୀତିକବି ଦୟାନିଧି ଦାଶଙ୍କ ଅଙୟ/କ୍ଷତାରେ ଅନୁଷ୍ଠିତ ଆସରରେ ମୁଖ୍ୟଅତିଥି ଗାଳ୍ପିକ ତଥା ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ କୃତ୍ତିବାସ ଜେନା, ମୁଖ୍ୟବକ୍ତା ଶିକ୍ଷାବିତ୍ ଦ୍ୱାରିକାନାଥ ଦାଶ ଓ ସମ୍ମାନିତଅତିଥି ପ୍ରଧାନଶିକ୍ଷୟିତ୍ରୀ ପଦ୍ମିନୀ ରାଉତ ଯୋଗଦେଇ ଶିକ୍ଷା ଓ ସାହିତ୍ୟ କିପରି ଅଙ୍ଗାଙ୍ଗୀଭାବରେ ଜଡିତ ତାହା ଦର୍ଶାଇ ଭିନ୍ନଭିନ୍ନ ମତ ପୋଷଣ କରିଥିଲେ । ସମ୍ପାଦକ ପ୍ୟାରୀମୋହନ ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠକରିବା ସହିତ କବି ତନ୍ମୟ ମିଶ୍ର ସ୍ୱାଗତ ଭାଷଣ, ଶିକ୍ଷାବିତ୍ ଖଗେଶ୍ୱର ପଢ଼ିହାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ନାଟ୍ୟକାର ଗୟାଧର ନାଥ ଓ ଶିକ୍ଷାବିତ୍ ପ୍ରସନ୍ନ ଧଳଙ୍କ ଯୁଗ୍ମ ସଂଯୋଜନାରେ କବି ବର୍ଷା କବିତା ପାଠକରିବା ସହିତ ମଣ୍ଡଳସ୍ତରରେ ସଂସ୍କୃତ ଭାଷାରେ ଚଳିତ ଶିକ୍ଷାବର୍ଷର ମାଧ୍ୟମିକ ପରୀକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ଉକ୍ରଳମଣି ବିଦ୍ୟାପୀଠରୁ ରୁଦ୍ରମାଧବ ଶତପଥି, ଅନସୂୟା ସେଠୀ, ଜୋସ୍ନା ରାଣୀ ରାଉତ, ରାଜେନ୍ଦ୍ର ନାରାୟଣ ହାଇସ୍କୁଲରୁ ବୈଭବ ବେହୁରା, ବି.ପି ହାଇସ୍କୁଲରୁ ସ୍ୱୟଂଶ୍ରୀ ସାମଲ, ବରାଡିଆ ହାଇସ୍କୁଲ ପ୍ରିୟାଙ୍କା ସ୍ୱାଇଁ, ନମତରା ହାଇସ୍କୁଲରୁ ଭାଗ୍ୟଲକ୍ଷ୍ମୀ ସାହୁଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ରାଜକନିକା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ଅର୍ଥ ରାଶି ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କବି ମଦନମୋହନ ଦାସ ଧନ୍ୟବାଦ ଅର୍ପଣ କରିବା ସହ ଦେବଦତ୍ତ ପାଢୀ ପରିଚାଳନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
