ନାବାଳିକା ଅପହୃତ, ବଙ୍ଗୀୟ ଯୁବକ ଗିରଫ

 ସୁକିନ୍ଦା : ପଶ୍ଚିମବଙ୍ଗ ଅଞ୍ଚଳର ଜନୈକା ନାବାଳିକାକୁ ଅପହରଣ କରି ଆଣିଥିବା ବଙ୍ଗୀୟ ଯୁବକକୁ କଳିଙ୍ଗନଗରରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ପଶ୍ଚିମବଙ୍ଗ ହୁଗୁଳି ତିଲଜଲା ଥାନା ଅଞ୍ଚଳର ଜାହିରୁଲ ହକମୁଲାଙ୍କ ପୁଅ ଅମନ ଅଲ୍ଲୀ ମୁଲ୍ଲା (୩୨) ଜନୈକା ନାବାଳିକାକୁ ଅପହରଣ କରିନେଇଥିବା ସେଠାକା ଥାନାରେ ଅଭିଯୋଗ ହୋଇଥିଲା । ସଂପୃକ୍ତ ଅଭିଯୁକ୍ତ ନାବାଳିକାକୁ କୌଣସି ଏକାନ୍ତ ସ୍ଥାନରେ ରଖି ନିଜେ କଳିଙ୍ଗନଗର ଅଞ୍ଚଳରେ ରହିଥିବା ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ପଶ୍ଚିମବଙ୍ଗ ଅଂଚଳରୁ ନାବାଳିକାକୁ ଉଦ୍ଧାର କରିବା ପରେ ଅଭିଯୁକ୍ତ ଅମନ୍ ଅଲ୍ଲୀକୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ଅଭିଯୁକ୍ତ କଳିଙ୍ଗନଗର ଅଞ୍ଚଳର ଏକ ଘରୋଇ କାରଖାନାରେ ଠିକା ଶ୍ରମିକ ଭାବେ କାମକରୁଥିବା ଜାଣିବା ପରେ କଳିଙ୍ଗନଗର ପୁଲିସ ସହାୟତାରେ ଗିରଫ କରିଥିଲା । ଡାକ୍ତରୀ ମାଇନା ପରେ ପୁଲିସ କୋର୍ଟ ଚାଲାଣ କରିଥିଲା ।