ରାହୁଲ ଓ ଭକ୍ତଙ୍କୁ ବିରୋଧ
ଜୟପୁର: ସହରର ରଘୁନାଥ ମନ୍ଦିର ଛକ ଠାରେ ବିଜେପି କର୍ମୀ ମାନେ ରାହୁଲ ଗାନ୍ଧି ଏବଂ ଭକ୍ତ ଦାସଙ୍କ ଫଟୋକୁ ଦାହ କରିଛନ୍ତି । ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କଂଗ୍ରେସ ଛାତ୍ର ସଭାପତି ଉଦିତ ପ୍ରଧାନ ଗିରଫକୁ ନେଇ ସହରରେ ଆଲୋଡ଼ନ ଖେଳି ଯାଇଛି । ବିଜେପି କର୍ମୀମାନେ କଂଗ୍ରେସର ନୀତିକୁ ସମାଲୋଚନା କରିଥିବା ବେଳେ, ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଉଥିବା କଂଗ୍ରେସ ଆଜି ନାରୀଙ୍କୁ ଅସମ୍ମାନ କରିଛି ବୋଲି ନାରା ଦେଇଥିଲେ । ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ନାରା ଦେଇଛନ୍ତି ।
କିଛିଦିନ ତଳେ ଅଭିଯୁକ୍ତ ଉଦିତ ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାରେ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ କରିଥିଲେ କିନ୍ତୁ ଗିରଫ ହେବା ପରେ ତାଙ୍କର ଅସଲ ଚେହେରା ପଦାରେ ପଡିଛି ବୋଲି ବିଜେପି କର୍ମୀ ମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ନଗର ସଭାପତି ଏସ ମୋନୋଜ, ମଧୁ ହନ୍ତାଳ, ମିନକେତନ ଦାସ, ରାଜ ଦାସ, ନଳିନୀ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।