ପଦ୍ମ ଧରିଲେ ରାଜ୍ୟ ଯୁବ ବିଜେଡି ଉପସଭାପତି

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ କୁମାର । ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ କୁମାର ନାୟକ ନିଜ ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ । ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।
ବିଜେପିରେ ସାମିଲ ହେବା ପରେ ରାକେଶ କହିଛନ୍ତି," ରାଜ୍ୟ ବିଜେପିରେ ସାମିଲ ହେବା ପରେ ମୁଁ ଜଣେ ଶୃଙ୍ଖଳିତ କର୍ମୀ ହୋଇ କାମ କରିବି । ଦଳ ଯେତେବେଳେ ଯାହା ନିର୍ଦ୍ଦେଶ ଦେବା ସେହି ମୁତାବିକ କାର୍ୟ୍ୟ କରିବି । ଧର୍ମଶାଳା ସମେତ ରାଜ୍ୟ ବିଜେପିର ସଙ୍ଗଠନକୁ ସୁଦୃଢ କରିବାରେ ଜଣେ ଗୁଣ୍ଡୁଚି ମୂଷା ହୋଇ କାମ କରିବି ।"ସେହିପରି ଏହି ମିଶ୍ରଣ ପର୍ବରେ ଯାଜପୁର ଲୋକସଭା ପ୍ରାର୍ଥୀ ରବି ନାରାୟଣ ଜେନା, ଧର୍ମଶାଳା ବିଜେପି ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି, ମଣ୍ଡଳ ସଭାପତି ହିମାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।