ସୋଲାର୍ ପ୍ରକଳ୍ପର ସମୀକ୍ଷା
ଭୁବନେଶ୍ୱର : ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଢେଙ୍କାନାଳରେ ୱାରୀ ଏନର୍ଜି ଦ୍ୱାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
ଢେଙ୍କାନାଳ ଜିଲ୍ଲାରେ ୱାରୀ ଏନର୍ଜି ଲିମିଟେଡ ଦ୍ୱାରା ଚାଲିଥିବା ସୋଲାର ପ୍ରକଳ୍ପ ଗୁଡିକର ସମୀକ୍ଷା କରାଯାଇଛି । ପ୍ରକଳ୍ପ ଗୁଡିକର ଅଗ୍ରଗତି ପାଇଁ ବିଜୁଳି ଯୋଗାଣ, ଜଳଯୋଗାଣ, ପାଇପ କନେକ୍ସନ, ଜମି ଅଧିଗ୍ରହଣ ଇତ୍ୟାଦିରେ ଥିବା ସମସ୍ୟା ଗୁଡିକର ନିଷ୍କର୍ଷ ବିଷୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଓପିଟିସିଏଲ ସିଏମଡି ଭାସ୍କର ଜ୍ୟୋତି ଶର୍ମା, ଏମ୍ଡି ଇଡକୋ ଭୁପିନ୍ଦର ସିଂ ପୁନିଆ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ପ୍ରମୁଖ ଉପସ୍ଥିତଥିଲେ । ଏହି ବୈଠକରେ ୱାରୀ ଏନର୍ଜି ଲିମିଟେଡର ପ୍ରେସିଡେଣ୍ଟ ଜୟରାମ ମିଶ୍ର, ସିପିଓ ଶ୍ରୀ କୀର୍ତ୍ତି କୁମାର ଶାହ, ଏଜିଏମ୍ ପ୍ରକାଶ ମହାନ୍ତି ଓ ସିନିୟର ମ୍ୟାନେଜର ପରମେଶ୍ୱର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।