ରେକର୍ଡ ଭାଙ୍ଗିଲେ ଗୁରିନ୍ଦରବୀର

 ନୂଆଦିଲ୍ଲୀ  : ଶୁକ୍ରବାର ଗୁରିନ୍ଦରବୀର ସିଂ ରେକର୍ଡ ବୁକ୍ରେ ସ୍ଥାନ ପାଇଛନ୍ତି । ବେଙ୍ଗାଲୁରୁରେ ଚାଲିଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ୧ରେ ସେ ୧୦.୨୦ ସେକେଣ୍ଡ ଟାଇମିଂରେ ପୁରୁଷ ୧୦୦ ମିଟର ନୂଆ ଜାତୀୟ ରେକର୍ଡ କରି ଇତିହାସ ସୃଷ୍ଟି କରିଛନ୍ତି । ରିଲାଏନ୍ସ ପାଇଁ ପ୍ରତିଯୋଗିତା କରୁଥିବା ପଞ୍ଜାବର ଏହି ୨୪ ବର୍ଷୀୟ ସ୍ପ୍ରିଣ୍ଟର ମଣିକାନ୍ତ ହୋବ୍ଲିଧରଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ମଣିକାନ୍ତ ୨୦୨୩ ଅକ୍ଟୋବରରେ ୧୦.୨୩ ଟାଇମିଂରେ ରେକର୍ଡର ଅଧିକାରୀ ହୋଇଥିଲେ । ଗୁରିନ୍ଦରବୀରଙ୍କ ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨୦୨୧ରେ ୧୦.୨୭ ସେକେଣ୍ଡ ରହିଥିଲା । ସେ ୧୦.୨୨ ଟାଇମିଂରେ ସ୍ୱଳ୍ପ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।