ରେଜାଙ୍ଗ-ଲା କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ

 ସମ୍ବଲପୁର : ରେଜାଙ୍ଗ-ଲାରେ ପବିତ୍ର ମାଟି ନେଇ ଭାରତ ପରିକ୍ରମା କରୁଥିବା କଳସ ଶୋଭାଯାତ୍ରାକୁ ବରଗଡ଼ର ଚାଉଁରପୁର ଠାରେ ଭବ୍ୟ ସ୍ୱାଗତ କରାଯାଇଛି  । ଏହି ଅବସରରେ ସମ୍ବଲପୁର ଜିଲ୍ଲା ଯାଦବ ମହାସଭା ଏବଂ ସମ୍ବଲପୁର ଯାଦବ ସଂଘ ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା କରାଯାଇଥିଲା  । ନେଲସନ ମଣ୍ଡେଲା ଛକ ସ୍ଥିତ ସହିଦ ସ୍ତମ୍ଭରେ ରଖାଯିବା ପରେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ପକ୍ଷରୁ ସ୍ୱାଗତ କରାଯିବା ସହ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରରାଯାଇଥିଲା । ସହର ପରିକ୍ରମା ଉତ୍ତାରୁ ଶୋଭାଯାତ୍ରା ସ୍ୱାଧୀନତା ସଂଗ୍ରାମୀ ଭବନ ଠାରେ ପହଞ୍ଚିଥିଲା । ସେଠାରେ ଜିଲ୍ଲା ଯାଦବ ମହାସଭାର ସଭାପତି ଭୋଲା ଶଙ୍କରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅହିର ରେଜିମେଣ୍ଟର ଆବାହକ ବ୍ରିଗେଡିଅର ପ୍ରଦୀପ ଯାଦବ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅଖିଳ ଭାରତ ଯାଦବ ମହାସଭା ମହିଳା ଶାଖାର ସଭାନେତ୍ରୀ ମଞ୍ଜୁ ଯାଦବ, କାର୍ଯ୍ୟକାରୀ ସଭାପତି ସୁଭାଷ ବେହେରା  ଯୋଗଦାନ କରିଥିବାବେଳେ ଜିଲ୍ଲା ଯାଦବ ମହାସଭାର ଉପସଭାପତି ଶିବଶମ୍ଭୁ ଯାଦବ, ସାଧାରଣ ସମ୍ପାଦକ ହେମନ୍ତ ଗହୀର, ପଶ୍ଚିମ ଓଡ଼ିଶା ପୂର୍ବତନ ସୈନିକ ସଂଘର ଏସ୍ଏନ୍ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ରନôାକର ଭୋଇ ଧନ୍ୟବାଦ ଅର୍ପଣ କରିଥିବାବେଳେ କୃଷ୍ଣଚନ୍ଦ୍ର ବାଗଙ୍କ ନିଦେ୍ର୍ଦଶନାରେ ସ୍ୱାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।