ଉକôଟ ବେକାରୀ ସମସ୍ୟା 

 ସୋନପୁର: ଜିଲ୍ଲାରେ ଅନୁଷ୍ଠିତ ହେଉଛି ଗୃହରକ୍ଷୀ ଲିଖିତ ପରୀକ୍ଷା । ମୋଟ ୯୨ ଟି ଗୃହରକ୍ଷୀ ପଦବୀ ପାଇଁ ହେବାକୁ ଥିବା ଏହି ପରୀକ୍ଷାରେ ମୋଟ ୪ ହଜାର ୨ ଶହ ୭୭ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ଶିଳ୍ପ ବିହୀନ ସୁବର୍ଣ୍ଣପୁର ଜିଲ୍ଲାରେ ବେକାରୀ ସମସ୍ୟା ଉକôଟ  । ଗୃହ ରକ୍ଷୀ ପରିକ୍ଷା ପାଇଁ ବଡ ବଡ ଡିଗ୍ରୀଧାରୀ ଆସିଥିବାର ଜଣାପଡିଛି । ଏବେ ବି ସୁବର୍ଣ୍ଣପୁର ଜିଲ୍ଲାରେ ବୟନ ଓ ପର୍ଯଟନ ଶିଳ୍ପ ଆଦି ଅବହେଳିତ ରହିଛି । ଶିକ୍ଷିତ ଯୁବକମାନେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହେବା ନେଇ କୌଣସି ସୁବିଧା ଓ ସୁଯୋଗ ସୃଷ୍ଟି ହୋଇ ପାରିନାହିଁ । ଶ୍ରମ ପ୍ରଦାନ କରୁଥିବାର ଯୁବକ ଠାରୁ ଶିକ୍ଷିତ ଯୁବକ ପର୍ଯ୍ୟନ୍ତ ସମସ୍ତ ମହଲରେ ନିରାଶଜନକ ରହିଛି । ଜିଲ୍ଲାରେ ରୋଜଗାର ପନ୍ଥା ନାହିଁ । କେବଳ ସୁବର୍ଣ୍ଣପୁର ଜିଲ୍ଲାରେ ଗତାନୁଗତି ବିକାଶ ହୋଇଛି  । ଅଶୀ ଦଶକ ପ୍ରତିଷ୍ଠା କରିଥିବାର ସୋନପୁର ସୂତାକଳ ଋଗୁଣ ହୋଇ ବନ୍ଦ ହୋଇପଡ଼ିଛି । ଜମି, ଜଳ, ସହ ସମସ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ଏହି ଜିଲ୍ଲାରେ ବିଷମ ପରିସ୍ଥିତି ଦେଖିବାକୁ ମିଳିଛି  । ରବିବାର ସହରର ରାମେଶ୍ୱର ଷ୍ଟାଡିୟମ୍ରେ ସକାଳ ୫ ଟାରୁ ପଡିଆକୁ ପରୀକ୍ଷାର୍ଥୀମାନଙ୍କୁ ଛଡା ଯାଇଅଛି । ୭ ରୁ ୮ ସମୟ ଭିତରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତା ସହିତ ସକାଳୁ ସକାଳୁ ପିଲାଙ୍କ ଲମ୍ବା ଲାଇନ ଲାଗିଥିଲା । ଅନ୍ୟ ପକ୍ଷରେ କେତେକ ଆଶାୟୀ ବିଳମ୍ବରେ ଆସିଥିବା ବେଳେ ନିରାଶ ହୋଇ ଫେରିବାକୁ ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି ।