ରେଳବାଇ କ୍ରିକେଟ୍ ଉଦ୍ୟାପିତ

 ଭୁବନେଶ୍ୱର:  ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ ଦ୍ୱାରା ଆୟୋଜିତ ୬୮ ତମ ଅଲ୍ ଇଣ୍ଡିଆ ରେଲୱେ ଟି-୨୦ ପୁରୁଷ କ୍ରିକେଟ୍ ଚାମ୍ପିଅନସିପ୍ ଉଦ୍ୟାପିତ ହୋଇଯାଇଛି । ମେଟ୍ରୋ ରେଲୱେ, ଦକ୍ଷିଣ ପୂର୍ବ ମଧ୍ୟ ରେଳ ଏବଂ ପୂର୍ବ  ରେଳ ନକ୍ଆଉଟ୍ ଫେଜ୍ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇଥିଲା । ଶେଷ ଦିନର ପ୍ରଥମ ମ୍ୟାଚ୍ ପୂର୍ବ ରେଲୱେ ଏବଂ ପଶ୍ଚିମ ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପୂର୍ବ ରେଲୱେ ଏହି ମ୍ୟାଚ୍କୁ ୬  ୱିକେଟ୍ରେ ଜିତିଥିଲା । ପୂର୍ବ ରେଲୱେର ଦୀପଞ୍ଜନ ମୁଖାର୍ଜୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଦ୍ୱିତୀୟ ମ୍ୟାଚ୍ ମେଟ୍ରୋ  ରେଲୱେ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ଏହି ମ୍ୟାଚ୍କୁ ୭୬ ରନରେ ଜିତିଥିଲା । ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇର ଅଟଳ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଅତିରିକ୍ତ ଡିଭିଜନାଲ ରେଲୱେ ମ୍ୟାନେଜର ଶୁଭ୍ର ଜ୍ୟୋତି ମଣ୍ଡଳ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ । କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ହିମାଦ୍ରି ଭୂଷଣ ବିଶ୍ୱାଳ ସମସ୍ତ ଉତ୍ତୀର୍ଣ୍ଣ ଦଳକୁ ଅଭିନନ୍ଦନ ଜଣାଇବା ସହ ନକ୍ଆଉଟ୍ ଫେଜ୍ ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ । ଏଲିଟ୍ ପୁଲ୍ "ଏ' ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ କ୍ରୀଡା ସଚ୍ିବ ଏମ୍ ଜାକିରୁଦ୍ଦିନ ଏବଂ ଜ୍ୟୋତି ଶଙ୍କର ପାତ୍ର, ସହକାରୀ କ୍ରୀଡ଼ା ସଚିବ ତଥା ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନର ସଦସ୍ୟମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଛି ।