ରେଡ଼ କ୍ରସକୁ ଦାନ କଲେ କାଉନସିଲର
ନବରଙ୍ଗପୁର : ପୌର ପରିଷଦ ଠାରୁ ନିଜର ପ୍ରାପ୍ୟ ବାବଦରେ ପାଇଥିବା ୧୦ ହଜାର ଟଙ୍କାକୁ ନବରଙ୍ଗପୁର ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ଦାନ କରିଛନ୍ତି ନବରଙ୍ଗପୁର ପୌର ପରିଷଦର ୫ ନମ୍ବର ୱାର୍ଡ କାଉନସିଲର ଆଇ ମୁରଲୀ କ୍ରିଷ୍ଣା । ନବରଙ୍ଗପୁର ମୁ୍ୟନୁସିପାଲିଟି ଅଧ୍ୟକ୍ଷ କୁନୁ ନାୟକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ ମହାନ୍ତିଙ୍କୁ ଭେଟି ୧୦ ହଜାରଟଙ୍କା ଜିଲ୍ଲାରେଡ଼କ୍ରସପାଣ୍ଠିକୁ ଦାନ କରିଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଶ୍ରୀ ମୁରଲୀ କ୍ରିଷ୍ଣା ଅନେକ ସାମାଜିକ କାର୍ଯ୍ୟ କରିଆସୁଛନ୍ତି । ମାଲକାନଗିରି ମହାବିଦ୍ୟାଳୟର ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ ମାଲକାନଗିରି-୨୩/୦୫/୨୦୨୫ ମାଲକାନଗିରି ମହାବିଦ୍ୟାଳୟ +୨ କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷା ୨୦୨୫ରେ ସର୍ବୋଚ୍ଚ ମାର୍କ ରଖିଥିବା ହରି ଗୁଣ୍ଠା କଳାରେ ଏବଂ ଭୂମିକ ସାହୁ ବାଣିଜ୍ୟରେ ସର୍ବୋଚ୍ଚ ମାର୍କ ଶତକଡା ୭୦ ଏବଂ ୮୨ ଯଥାକ୍ରମେ ରଖିଥିବାରୁ ମହାବିଦ୍ୟାଳୟ ପ୍ରାଙ୍ଗଣରେ ସମ୍ବର୍ଦ୍ଧିତ କରାଯାଇଛି । ଏକ ବର୍ଣ୍ଣାଢ଼ ପରିବେଶରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୋମନାଥ ପ୍ରଧାନ ଯୋଗଦାନ କରି ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ର ମାନଙ୍କୁ ପୁଷ୍ପଗୁଛ ଏବଂ ଉପହାର ଦେଇ ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଭବିଷ୍ୟତରେ ଚାର୍ଟାଡ଼ ଆକାଉଣ୍ଟାଣ୍ଟ ଓ ଅଧ୍ୟାପକ ହେବା ପାଇଁ ଛାତ୍ରମାନେ ଇଛା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ଗୌତମ ନାୟକ, ବିଭାଗୀୟ ମୁଖ୍ୟ ଶିକ୍ଷା ବିଭାଗ, ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ, ସୁଜିତ କୁମାର ପାଣିଗ୍ରାହୀ, ମିନତୀ ଜେନା, ଡଲି ଦଣ୍ଡସେନା, ମନୋରଞ୍ଜନ ପରିଡା, ବରିଷ୍ଠ କିରାଣୀ, ପ୍ରମୀୟ କୁମାର ମହାନ୍ତି, ଜଗନ୍ନାଥ ସାହୁ, ଅର୍ଜୁନ ବର୍ଖା ପ୍ରମୁଖ ଉପସ୍ଥିତ ରହି ଛାତ୍ର ମାନଙ୍କ ଭବିଷ୍ୟତ ପାଇଁ ସଫଳ କାମନା କରିଥିଲେ ।