ରୋଗୀଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

 ନୂଆପଡା : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ରକ୍ତଦାନ ଶିବିର ଉଦ୍ଘାଟନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ସେ ବ୍ଲଡ ବ୍ୟାଙ୍କ୍, ସର୍ଜରୀ ୱାର୍ଡ, ଡ଼ାଇରିଆ ୱାର୍ଡ, ଆଇସିୟୁ, ନମୁନା ପରୀକ୍ଷା କେନ୍ଦ୍ର, ଏକ୍ସରେ ରୁମ୍ ଇତ୍ୟାଦି ବୁଲି ଦେଖିଥିଲେ । ବିଭିନ୍ନ ୱାର୍ଡରେ ରୋଗୀ ତଥା ପୀଡିତମାନଙ୍କ ସହିତ ସିଧାସଳଖ ବାର୍ତ୍ତାଳାପ କରି ସେମାନଙ୍କ ସୁବିଧା ଅସୁବିଧା ଓ ଚିକିତ୍ସା ସେବା ସମ୍ବନ୍ଧରେ ପଚାରି ବୁଝିଥିଲେ । ଏବଂ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡ଼ାଇରିଆ ବ୍ୟାପୁଥିବାରୁ ଏଥିପ୍ରତି ସତର୍କ ରହିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସବୁ ନିଦାନ ପରୀକ୍ଷା ଡାକ୍ତରଖାନା ପରିସରରେ କରିବା ଏବଂ ବାହାରକୁ ରେଫର୍ ନ କରିବା ପାଇଁ କର୍ମଚାରୀମାନଙ୍କୁ ତାଗିଦ୍ କରିଥିଲେ । ଡାକ୍ତରଖାନା ଏବଂ ୱାର୍ଡମାନଙ୍କ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ସବୁବେଳେ ସଠିକ୍ ରଖିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଚିକିସôାଅଧିକାରୀ ଡଃ ମନୋଜ ସାହୁ, ସର୍ଜରୀ ସ୍ପୋଶାଲିଷ୍ଟ ଡଃ ସ୍ୱସ୍ତିରେଖା ନାୟକ, ଡିପିଏମ ସତ୍ୟନାରାୟଣ ତ୍ରୀପାଠୀ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।