ରୋଟାରୀ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା 

 ଭୁବନେଶ୍ୱର: ବରିଷ୍ଠ ନାଗରିକମାନେ ସମାଜର ଏକ ରନô ଓ ମୁରବି । ସେମାନଙ୍କୁ ସମ୍ମାନ ଜଣାଇବା ଆମ ସମସ୍ତଙ୍କର ଧର୍ମ, ସେମାନଙ୍କର ସୁଚିନ୍ତିତ ପରାମର୍ଶ ସମାଜର ବିକାଶ ହୋଇପାରିବ । କଟକ ସହର ହେଉଛି ଯୁଗ୍ମ ପରିବାରର ସହର । ଏଠାରେ ସମସ୍ତେ ମିଳିମିଶି ପର୍ବ ପର୍ବାଣୀ ପାଳନ କରନ୍ତି । ରୋଟାରୀ ଏକ ଆନ୍ତର୍ଜାତିକ ସେବା ସଂଗଠନ ୧୧୫ ବର୍ଷରେ ପଦାର୍ପଣ କରିଛି । ଏହି କ୍ଲବର ମୂଳ ଲକ୍ଷ୍ୟ ହେଲା ସମାଜର ଦୁଃଖୀ ଲୋକମାନଙ୍କୁ ସବୁ କ୍ଷେତ୍ରରେ ସେବା ଓ ସାହାଯ୍ୟ କରିବା । ତେଣୁ କ୍ଲବର ପ୍ରତ୍ୟକ ସଦସ୍ୟମାନେ ନିଜକୁ ସେବା କ୍ଷେତ୍ରରେ ଉତ୍ସର୍ଗ କରିବା ପାଇଁ ବହୁ ବିଶିଷ୍ଟ ଅତିଥିମାନେ ପ୍ରକାଶ କରିଛନ୍ତି ।
 କଟକ ସିଡିଏ ସ୍ଥିତ ଟ୍ୟାକ୍ସବାର ଆସୋସିଏସନ ଠାରେ ଆନ୍ତର୍ଜାତିକ ରୋଟାରୀ ଡିଷ୍ଟ୍ରିକ ୩୨୬୨ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଡିଷ୍ଟ୍ରିକ ଗଭର୍ଣ୍ଣର ରୋଟାରିଆନ ଯଜ୍ଞଶିଷ ମହାପାତ୍ରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିଦେ୍ର୍ଦାଷ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରୋଟାରୀ କଟକ ସେଣ୍ଟ୍ରାଲର ସଭାପତୀ ନଳିନୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାର ଅଧ୍ୟକ୍ଷ ଶିବାଶିଷ ସୁର, ଅଶୋକ ବିହାରୀ ମହାପାତ୍ର, ଡ. ଦେବାଶିଷ ଆଚାର୍ଯ୍ୟ, ସୁଧାଂଶୁ ଶେଖର ଜେନା ସଂଯୋଜକ ଭାବରେ ଯୋଗ ଦେଇ ରୋଟାରୀ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ତତୋକନ୍ଦର ମିଶ୍ର, ବରିଷ୍ଠ ସାମ୍ବାଦିକ ଦେବୁ ଚାଟାର୍ଜି, ସମାଜସେବୀ ଅରୁନ୍ଧତୀ ଦେବୀ, ଡ଼ଃ ସତ୍ୟ ରାୟ, ସମାଜସେବୀ ସୌଦାମିନୀ ପାତ୍ର, ଶିକ୍ଷାବିତ କିଶୋର ମହାନ୍ତି ଏବଂ କେତେକ ବିଶିଷ୍ଠ ବ୍ୟକ୍ତିମାନଙ୍କୁ କ୍ଲବ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ରୋଟାରୀ ସେଣ୍ଟ୍ରାଲ କ୍ଲବର ପ୍ରଶାନ୍ତ କୁମାର ମହାପାତ୍ର ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କର ନାମ ଘୋଷଣା କରିଥିଲେ ।