ରୋହିତ-ସୂର୍ଯ୍ୟକୁମାରଙ୍କ ଧୁଅାଁଧାର  : ପ୍ଲେ ଅଫ୍ ପାଇଁ ମୁମ୍ବାଇର ଆଶା ବଢ଼ିଲା

ନୂଆଦିଲ୍ଲୀ : ଆଇପିଏଲ୍ର ୩୮ ତମ ମ୍ୟାଚ୍ରେ ଏକ ଆକର୍ଷଣୀୟ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ଚେନ୍ନାଇ ଠାରୁ ମ୍ୟାଚ୍ ଛଡାଇ ଆଣିଛି ଏମ୍ଆଇ । ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସିଏସ୍କେ ଦଳ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୬ ଓଭରରେ ୯ ଟି ୱିକେଟ୍ ବାକି ରହି ନିଜ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଜିତିଥିଲା । ବିଜୟର ହ୍ୟାଟ୍ରିକ୍ ସ୍କୋର କରି ଏମ୍ଆଇ ବର୍ତ୍ତମାନ ପ୍ଲେ ଅଫ୍ ପାଇଁ ଆଶା ବଢ଼ାଇଛି ।
୧୭୭ ରନର ଲକ୍ଷ୍ୟର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ଭଲ ଆରମ୍ଭ କରିଥିଲା । ରୋହିତ ଶର୍ମା ଏବଂ ରିଆନ୍ ରିକେଲଟନ୍ ୬୧ ରନ୍ର ଏକ ଚମକôାର ଓପନିଂ ଭାଗିଦାରୀ କରିଥିଲେ । ୨୪ ରନ୍ ସ୍କୋର କରିବା ପରେ ରିକେଲଟନ୍ ଆଉଟ୍ ହୋଇଥିଲେ । ଏହା ପରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଚେନ୍ନାଇ ସୁପର କିଙ୍ଗ୍ସ ବୋଲରଙ୍କୁ ନିର୍ଦ୍ଧୁମ ପିଟିଥିଲେ । ରୋହିତ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ୧୧୪ ରନର ଭାଗିଦାରୀ ହୋଇଥିଲା । ସ୍ପିନରଙ୍କ ପ୍ରଦର୍ଶନ କରିବାରେ ବିଫଳତା ସିଏସ୍କେ ପାଇଁ ସମସ୍ୟାର ମୂଳ କାରଣ ପାଲଟିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ସ୍ପିନରମାନେ ୧୦ ଓଭର ବୋଲିଂ କରିଥିଲେ ସୁଦ୍ଧା ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ ।