ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡା ଉଦ୍ୟାପିତ : ଶୀର୍ଷରେ ଓଡ଼ିଶା, ମଧ୍ୟପ୍ରଦେଶ ଓ କେରଳ

 ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ଶ୍ରୀନଗରସ୍ଥିତ ଡାଲ ହ୍ରଦରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋସôବରେ ମଧ୍ୟପ୍ରଦେଶ, ଓଡ଼ିଶା ଓ କେରଳ ଶ୍ରେଷ୍ଠ ତିନୋଟି ରାଜ୍ୟ ଭାବରେ ଉଭା ହୋଇଛନ୍ତି । ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଏବଂ ଜମ୍ମୁ ଓ କାଶ୍ମୀର କ୍ରୀଡା ପରିଷଦର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ଜାତୀୟ ସ୍ତରର ପ୍ରତିଯୋଗିତା ଦେଶର ଜଳ କ୍ରୀଡା କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି ।
ଏଥିରେ ଭାଗ ନେଇଥିବା ଖେଳାଳୀ ଓ ପ୍ରଶିକ୍ଷକମାନେ ଆଗାମୀ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ସ ୨୦୨୮ ପାଇଁ ଯଥେଷ୍ଟ ଅଭିଜ୍ଞତା ହାସଲ କରିଥିବା କହିଛନ୍ତି । ପ୍ରତିଯୋଗିତାରେ ଖେଳାଳୀମାନେ ମୋଟ ୨୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥିମଧ୍ୟରୁ ୧୦ଟି ସ୍ୱର୍ଣ୍ଣ କେବଳ ରୋଇଂ ଖେଳରୁ ମିଳିଛି । ପ୍ରତିଯୋଗିତାରେ କାୟାକିଙ୍ଗ, କୋଚିଂ, ରୋଇଂ ଆଦି ବର୍ଗରେ ମୁକାବିଲା ହୋଇଥିଲା । ଭୋପାଳ ଓ କେରଳର ଆଲାପୁଝା ସ୍ଥିତ ଜଳ କ୍ରୀଡା କେନ୍ଦ୍ରରେ ତାଲିମ ନେଇଥିବା ଖେଳାଳୀମାନେ ଏଠାରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ଓଡିଶାର ଜଗତପୁରସ୍ଥିତ ସାଇ କେନ୍ଦ୍ରରେ ତାଲିମ ନେଉଥିବା ରଶ୍ମିତା ସାହୁ, ବିଦ୍ୟା ଦେବୀ ଓଇନମ୍ ଓ ଶ୍ରୁତି ତାନାଜୀ ଚୌଗୁଲେଙ୍କ ପରି ପ୍ରତିଭାବାନ ଖେଳାଳୀ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସାରା ଭାରତରେ ପାଞ୍ଚଟି ସାଇ କେନ୍ଦ୍ରରେ ତାଲିମ ନେଉଥିବା କାୟାକର ଏବଂ କାନୋଇଷ୍ଟଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ୪୭ ଜଣ ସାଇ ଆଥଲେଟ୍ ପାଞ୍ଚଟି ସ୍ୱର୍ଣ୍ଣ, ସାତଟି ରୌପ୍ୟ ଓ ତିନୋଟି କାଂସ୍ୟ ପଦକ ଜିତିଥିଲେ । ଏହି ପ୍ରତିଯୋଗିତାରେ ଜଗତପୁର ସାଇ କେନ୍ଦ୍ରର ୧୫ଜଣ ଖେଳାଳୀ ଭାଗ ନେଇ ତିନୋଟି ସ୍ୱର୍ଣ୍ଣ ଓ ପାଞ୍ଚଟି ରୌପ୍ୟ ସହିତ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ । ନୂଆ କ୍ରୀଡା ନୀତି ଅଧୀନରେ ଖେଳାଳୀମାନଙ୍କୁ ସୁଧାର ପାଇଁ ସୁଯୋଗ ଦେବା ଲାଗି ଖେଲୋ ଇଣ୍ଡିଆ ଜଳ କ୍ରୀଡା ମହୋସôବ ଯୁଗାନ୍ତକାରୀ ହେବ । ଜଗତପୁରର ପ୍ରଶିକ୍ଷକ ଲାଇଶରମ ଜନସନ ସିଂହ କହିଛନ୍ତି ଯେ ଓଡ଼ିଶାର ପ୍ରଦର୍ଶନ ଭାରତର ଜଳକ୍ରୀଡା ପରିଦୃଶ୍ୟରେ ପରିବର୍ତ୍ତନର ସଙ୍କେତ ଦେଉଛି । ଏହା ଓଡ଼ିଶାର ପାଇଁ କେବଳ ଆରମ୍ଭ । ପ୍ରତିଭା ପୁଲ ଗଭୀର ଏବଂ ଅଧିକ ନିବେଶ ଓ ସମର୍ଥନ ସହିତ ଆମେ ଶୀଘ୍ର ନେତୃତ୍ୱ ନେବୁ ।