ଲ’ କମିଶନଙ୍କ ଲୋଗୋ, ଇମେଲ୍ ଉନ୍ମୋଚିତ
ଭୁବନେଶ୍ୱର : ତୋଷାଳୀ ଭବନ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଓଡିଶା ରାଜ୍ୟ ଲ' କମିଶନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କମିଶନର ବିଭିନ୍ନ କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯିବା ସହ ସର୍ବସାଧାରଣଙ୍କ ଉଦେ୍ଦଶ୍ୟରେ କମିଶନର ଲୋଗୋ ଏବଂ ଇ-ମେଲ୍ ଆଇଡି କ୍ଟଗ୍ଦକ୍ଷମ୭୦୩ଅଶଜ୍ଞବସକ୍ଷ.ମକ୍ଟଜ୍ଞ ଉନ୍ମୋଚନ କରାଯାଇଥିଲା । ଏହାସହ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରିବାକୁ ଆବଶ୍ୟକୀୟ ଆଇନଗତ ଦିଗଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ।
ବୈଠକରେ ଆଇନ ବିଭାଗର ତାରିଖ ୧୬.୦୩.୧୬ ରେ ହୋଇଥିବା ସଂକଳ୍ପ ପତ୍ରର ଧାରା ୧୯ (୧) ଅନୁଯାୟୀ ପ୍ରଫେସର ଲଳିତ ଦେବ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ସୌର୍ଯ୍ୟ ଚନ୍ଦ୍ର ମହାପାତ୍ରଙ୍କୁ ଓଡ଼ିଶା ରାଜ୍ୟ ଆଇନ କମିଶନର ଉପ-କମିଟିର ନିଯୁକ୍ତିକୁ ମଧ୍ୟ ଅନୁମୋଦନ କରାଯାଇଥିଲା । ଏଥିସହିତ ଧାରା ୧୪(୨) ଅନୁଯାୟୀ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ, କର୍ତ୍ତୃପକ୍ଷ, ବିଭିନ୍ନ ସଂସ୍ଥା ପକ୍ଷରୁ ଆଇନରେ ସଂଶୋଧନ, ଆଇନଗତ ସହାୟତା, ପରାମର୍ଶ ନେଇ ଆସିବାକୁ ଥିବା ସମସ୍ତ ଦରଖାସ୍ତକୁ ବିଚାରକୁ ନେଇ ଆବଶ୍ୟକ ପରାମର୍ଶ ସୁପାରିଶ ଏବଂ ଚିଠିପତ୍ର ପଠାଇବା କ୍ଷେତ୍ରରେ କମିଶନର ସଚିବଙ୍କୁ ଅନୁମୋଦନ କରାଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା । ବୈଠକରେ କମିାନ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ପ୍ରଫେସର ଲଳିତ ଦେବ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ସୌର ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥଲେ ।