ମୋଦିଙ୍କୁ ନାମିବ୍ୟାର ସର୍ବୋଚ୍ଚ ସମ୍ମାନ

 ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିଦେଶ ଗସ୍ତରେ ରହିଛନ୍ତି । ଆଜି ସେ ନାମିବିଆକୁ ସରକାରୀ ଗସ୍ତରେ ଆସିଥିବା ବେଳେ ସେଠାରେ ତାଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲିସ୍’ ପ୍ରଦାନ କରାଯାଇଛି । ନାମିବିଆର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପାଇବାରେ ମୋଦି ପ୍ରଥମ ଭାରତୀୟ ନେତା ହୋଇଥିବା ବେଳେ ପୁରସ୍କାର ଗ୍ରହଣ କରି ମୋଦି ଭାରତର ୧.୪ କୋଟି ଲୋକଙ୍କୁ ଏବଂ ଭାରତ ଓ ନାମିବିଆ ମଧ୍ୟରେ ଥିବା ଐତିହାସିକ ତଥା ସ୍ଥାୟୀ ସମ୍ପର୍କକୁ ଉତ୍ସର୍ଗ କରିଥିଲେ । ଏହି ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ନନ୍ଦୀ- ନଦାଇତୱା ଏବଂ ନାମିବିଆର ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାରକୁ ଭାରତ ଏବଂ ନାମିବିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି । ଏହା ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ଉଚ୍ଚତାକୁ ନେବା ପାଇଁ ଉଭୟ ଦେଶର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ।