କାଳିମେଘା ମେଳନ ପ୍ରସ୍ତୁତି ବୈଠକ 

 ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଐତିହାସିକ କାଳିମେଘା ମେଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଦଧିବାବନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସମ୍ପାଦକ ଗଣେଶ ପ୍ରସାଦ ନାୟକଙ୍କ ଆବାହକତ୍ୱ ଓ ସଭାପତି ବାଣୀକଲ୍ୟାଣ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଆଗାମୀ ମେଳନକୁ କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଏହି ମେଳନ ଆସନ୍ତା ୧୪ ତାରିଖ ରାତିରୁ ଆରମ୍ଭ ହୋଇ ୧୫ ତାରିଖ ସନ୍ଧ୍ୟାରେ ସମାପନ ହେବ ବୋଲି ଜଣାଯାଇଛି । ଚଳିତ ବର୍ଷ ସମସ୍ତ ଠାକୁର ବାଡ଼ିଆ ତଥା ଆଞ୍ଚଳିକ ମାନ୍ୟଗଣ୍ୟ ବକ୍ତି ଏବଂ ଶ୍ରଦ୍ଧାଳୁଙ୍କ ସଦିଚ୍ଛା ଏବଂ ସହଯୋଗରେ ମେଳନଟିକୁ ଶୃଙ୍ଖଳାର ସହ ପାଳନ କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି  ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ରବିନାରାୟଣ ପଣ୍ଡା, ସୁରେଶ ମହାପାତ୍ର, ସୁଶାନ୍ତ ପଣ୍ଡା, ବାବୁଲା ନାୟକ, ଲକ୍ଷ୍ମୀଧର ତି୍ରପାଠୀ, ରତିକାନ୍ତ ଦାସ, ଚିନ୍ମୟ ବେହେରା, କୀର୍ତ୍ତର୍ନ ଚନ୍ଦ୍ର ରାଉତ, ଅଜୟ ରାଉତ, ଶ୍ରୀକାନ୍ତ ପଣ୍ଡା, ଅପୂର୍ବ ଦାସ, ରବି ନାରାୟଣ ଦାଶ, ସନ୍ତୋଷ ଜେନା, କ୍ଷୀରସିନ୍ଧୁ ମହାଳିକ, ସନାତନ ଭଞ୍ଜ, ମୁରଲୀଧର ଦାସ, ପୁରୋସ୍ତମ ମହାଳିକ, ପ୍ରହ୍ଲାଦ ମାହୁନ୍ତ, ଧନଞ୍ଜୟ ପଣ୍ଡା, ନୃସିଂହ ସେନାପତି, ବିଜୟ ବଳ, ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଧର୍ମପଦ ଗ୍ରହାଚାର୍ଯ୍ୟ, ଚିନ୍ତାମଣି ଦାସ, ହରିଶ୍ଚନ୍ଦ୍ର ମିଶ୍ର, ପିତାମ୍ବର ସେଠୀ, ହିମାଦ୍ରୀ ରାଉତରାୟ, ସୁରେନ୍ଦ୍ର ସାହୁ, ସରପଞ୍ଚଙ୍କ ପ୍ରତିନିଧି ସୁଧାଂଶୁ ମହାଳିକ, ସରୋଜ ରାଉତ, ଉମାକାନ୍ତ ଦାସ, ବେଣୁଧର ନାୟକ, ପ୍ରଫୁଲ ରାଉତ ଓ ଅମର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।