ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ

ଭଣ୍ଡାରିପୋଖରୀ: ୧୬ ନଂ ଜାତୀୟ ରାଜପଥ ବାରିକପୁର ବଜାରରୁ ଶୁକ୍ରବାର ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ ହୋଇଛି । ଉପଖଣ୍ଡ ପୁଲିସ ଅଧିକାରୀ ତ୍ରିଲୋଚନ ସେଠୀଙ୍କ ନିଦେ୍ର୍ଦଶ କ୍ରମେ ଧାମନଗର ପୁଲିସ ଓ କେନ୍ଦୁଆପଦା ଫାଣ୍ଡି ପୁଲିସ ମିଳିତ ଭାବେ ଚଢାଉ କରି ୯୬ଲିଟର ୭୮୦ ମିଲିଲିଟର ବିଦେଶୀ ମଦ ଜବତ କରାଯାଇଛି । ଜବତ ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଆକଳନ କରାଯାଇଛି । ଥାନାରେ ୪୬/୨୫ନଂ ମାମଲା ଋଜୁ କରାଯିବା ସହ ବିକ୍ରେତା ସତ୍ୟରଞ୍ଜନ ଦାସ ଓରଫ ବୁଲକୁ ଗିରଫ କରିଥିବା ଜଣାଯାଇଛି ।